ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ବଢିଲା ୫ ହଜାର ଶିକ୍ଷକଙ୍କ ଦରମା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି କଲେ ସରକାର । ମାସିକ ୧୬ ହଜାର ଟଙ୍କାକୁ ବଢ଼ିଲା ପାରିଶ୍ରମିକ । ସମଗ୍ର ଶିକ୍ଷା ଯୋଜନାରେ ବଢ଼ିଲା କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ । ପୂର୍ବରୁ ୧୧ ହଜାର ଟଙ୍କା ପାଉଥିଲେ କନିଷ୍ଠ ଶିକ୍ଷକ । ସମଗ୍ର ଶିକ୍ଷା କାର୍ଯ୍ୟକ୍ରମରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ କନିଷ୍ଠ ଶିକ୍ଷକମାନେ ନିୟୋଜିତ ହୋଇଛନ୍ତି । ସେମାନଙ୍କୁ ମାସିକ ୧୧,୧୦୦ ଟଙ୍କା ପାରିଶ୍ରମିକ ଦିଆଯାଉଥିଲା । ସମୟ ସମୟରେ କନିଷ୍ଠ ଶିକ୍ଷକମାନେ ନିଜର ଦରମା ବୃଦ୍ଧି ପାଇଁ ଦାବି ମଧ୍ୟ କରିଆସୁଥିଲେ । ଶେଷରେ ରାଜ୍ୟ ସରକାର ସେମାନଙ୍କ ଦାବି ଶୁଣିଛନ୍ତି । ଆଉ ରାଜ୍ୟରେ ଥିବା ୫ ହଜାର କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି ପାଇଁ ଘୋଷଣା କରିଛନ୍ତି । ଯାହାଫଳରେ ଯେଉଁ ଶିକ୍ଷକମାନେ ୧୧ ହଜାର ପାଉଥିଲେ ବର୍ତ୍ତମାନ ୧୬ ହଜାର ଟଙ୍କା ଦରମା ପାଇବେ

Leave A Reply

Your email address will not be published.