ppurohit

ଅନ୍ଵେଷା ଅନୁଷ୍ଠାନ ପକ୍ଷରୁ ନିଆରା ୧୧୬ତମ ସାମୁହିକ ଜନ୍ମଉତ୍ସବ ପାଳନ

2nd

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଅନ୍ୱେଷା ଦ ହେଲପିଙ୍ଗ ହ୍ୟାଣ୍ଡ ତରଫରୁ ୧୧୬ତମ ସାମୁହିକ ଜନ୍ମଉତ୍ସବ ଆୟୋଜିତ ହୋଇଯାଇଛି । ରାଉରକେଲା ପ୍ରଧାନ ପଲ୍ଲିର ସ୍ପେସିଆଲ ହୋମ୍‌ ବାଲସୁଧାର ଗୃହଠାରେ ୧୧୬ତମ ସାମୁହିକ ଜନ୍ମଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ଏଂବ କଳ୍ପନା ଶତପଥିଙ୍କ ସଭାପତିତ୍ୱ ଓ ଉପ ସଭାପତି ରଶ୍ମିତା ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନପଲ୍ଲୀ ସ୍ଥିତ ସ୍ପେସିଆଲ ହୋମ୍‌ ବାଲ ସୁଧାର ଗୃହର ଅନ୍ତେବାସୀମାନେ ପ୍ରକାଶ ଜେନାଙ୍କ ଆହ୍ୱାନରେ ଯୋଗଦେଇଥିଲେ । ଚଳିତ ମାସରେ ଜନ୍ମ ଗ୍ରହଣ କରିଥିବା ପିଲାମାନଙ୍କ ସହ ଅନ୍ଵେଷା ପରିବାରର ସଦସ୍ୟ ମାନଙ୍କ ଜନ୍ମଦିନ ଉପଲକ୍ଷେ କେକ୍ କଟାଯାଇ ସେମାନଙ୍କ ସୁଖ ସମୃଦ୍ଧି କାମନା କରାଯାଇଥିଲା । ଅତିଥି ଭାବରେ ଶିକ୍ଷାବିତ ସୌଦାମିନୀ ସିଂ, ଲଳିତା ଲେଙ୍କା, ତରୁଲତା ସାମଲ ଧନଲକ୍ଷ୍ମୀ ବେହେରା, ପ୍ରକାଶ ଜେନା, ଏହି ଅବସରରେ ଅନ୍ତେବାସୀ ମାନେ ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ଅନୁଷ୍ଠାନ ପକ୍ଷରୁ ଉପଦେଷ୍ଟା ଚନ୍ଦ୍ରଶେଖର ଶତପଥୀ, ଟ୍ରଷ୍ଠି ଞକ୍ସଙ୍କଗ୍ଦଗ୍ଧରର ଅଚ୍‌ର୍ଚ୍ଚନା ଦେବତା, ମାନଷି ଘୋଷ, ସୁଶାନ୍ତ ନାୟକ ଖୁବ ସୁନ୍ଦର ଉପଦେଶ ଦେଇଥିଲେ । ଅତିଥିମାନଙ୍କ ମଧ୍ୟରେ Judge S.K Satpathy ଓ Asst collector ନିବେଦିତା ପ୍ରଧାନ ଉପଦେଶ ବାଣୀ ପ୍ରଦାନ କରିଥିଲେ । ସମସ୍ତଙ୍କ ମଧ୍ୟରେ ତିଳକ ପର୍ବ ଓ ମିଷ୍ଟାନ୍ନ ଓ ପିଠା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ସଦସ୍ୟ ପରୋକ୍ଷ ଭାବରେ ସାହାଯ୍ୟ କରିବା ସହ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.