ପଲ୍ଲୀ ଆଲୋକ ପାଠାଗାରଠାରେ ସ୍ୱାଧୀନତା ଦିବସ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ) ତରଫରୁ ୭୫ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ସ୍ଥାନୀୟ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭଗବତିଆ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଚଳିତ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ପାସ କରିଥିବା ଛାତ୍ରୀ ଶ୍ରୁତିମୟୀ ସାହୁ ଏବଂ ରାଜ୍ୟସ୍ତରୀୟ ବିଜ୍ଞାନ ମେଳାକୁ ମନୋନୀତ ହୋଇଥିବା ଛାତ୍ରୀ ମୌସୁମୀ ପଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ସ୍ଥାନୀୟ ରାସ୍ତାଘାଟକୁ ଅନୁଷ୍ଠାନ ତରଫରୁ ଅନୁଷ୍ଠାନ ତରଫରୁ ସଫେଇ କରାଯାଇଥିଲା । ଏଥିରେ ସମ୍ପାଦକ ପ୍ରଶାନ୍ତ ନାୟକଙ୍କ ସମେତ ସ୍ଥାନୀୟ ବରିଷ୍ଠ ନାଗରିକ ଓ ପଲ୍ଲି ଆଲୋକ ପାଠାଗାରର ସଦସ୍ୟ ଗଣ ସହଯୋଗ କରିଥିଲେ ।

Leave A Reply

Your email address will not be published.