୫୭ତମ ଇଞ୍ଜିନିୟରସ୍ ଦିବସ ପାଳିତ

  • ଇଞ୍ଜିନିୟର୍ସ ମାନେ ସୃଷ୍ଟି କର୍ତ୍ତା : ଶ୍ରୀ ଭୌମିକ

ରାଉରକେଲା, (ସସ୍ମିତା ପ୍ରଧାନ) : ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ ରାଉରକେଲା ତରଫରୁ ୫୭ତମ ଇଞ୍ଜିନିୟରସ୍ ଦିବସ ପାଳନ ସ୍ଥାନୀୟ ସିଭିକ୍ ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଇଂ ସନ୍ତୋଷ କୁମାର ପୋଲାକିଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ କ୍ୟାପଟେନ୍‌ ଡ. ଅଜିତ ବେହେରାଙ୍କ ଆବାହକତ୍ଵ ତଥା ରଚନା ସେରୱାଲଙ୍କ ସଂଯୋଜନାରେ ଆୟୋଜିତ ଏହି କ୍ରା୍ୟକ୍ରମରେ ରାଉରକେଲା ଇସ୍ପାତ କାରଖାନାର ମୁଖ୍ୟ ନିର୍ବାହୀ ନିର୍ଦ୍ଦେଶକ ଇଂ ଅତନୁ ଭୌମିକ ମୁଖ୍ୟ ଅତିଥି, ପ୍ରାକ୍ତନ ଏନ୍ଆଇଟି ଛାତ୍ର ତଥା ପ୍ରାକ୍ତନ ଆଇଜି ଲଳିତ ଦାସ ମୁଖ୍ୟ ବକ୍ତା, ଏନ୍ଆଇଟିର ଭାରପ୍ରାପ୍ତ ନିର୍ଦ୍ଦେଶକ ପ୍ରଫେସର ପ୍ରଦୀପ ସରକାର ଓ ସଜିଏମ୍ ଇଂ ବିଶ୍ୱରଞ୍ଜନ ପଲାଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଇଞ୍ଜିନିୟରସ୍ ଦିବସ ପାଳନର ଆବଶ୍ୟକତା ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଶ୍ରୀ ଭୌମିକ ଏହି ଅବସରରେ ଉଦ୍‌ବୋଧନ ଦେଇ କହିଲେ ଯେ, ଭାରତବର୍ଷ, ରାଉରକେଲା ଇସ୍ପାତ କାରଖାନା ତଥା ଦେଶର ସମୃଦ୍ଧିରେ ଇଞ୍ଜିନିୟର୍ସ ମାନଙ୍କର ଅବଦାନ ଅନେକ । ଡ. ଏମ୍ ବିଶ୍ୱାସରାୟଙ୍କ ଜୟନ୍ତୀ ପାଳନ ଅବସରରେ ସେ ଦେଖାଇଥିବା ପଥକୁ ଅନୁସରଣ କରି ଆମେ ଏକ ସୁଦୃଢ଼ ଦେଶ ଗଠନରେ ସହଭାଗିତା ରଖିପାରିବା, ଯାହା ଆମପାଇଁ ଗର୍ବର ବିଷୟ ହେବ । ଇଞ୍ଜିନିୟର ମାନେ ସୃଷ୍ଟିକର୍ତ୍ତା ବୋଲି ସେ ମତ ରଖିଥିଲେ । ମୁଖ୍ୟବକ୍ତା ଡ. ଦାସ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଭସ୍ମାସୁର ସମାନତ୍ୱ ଉପରେ ଉପାଖ୍ୟାନ ଦେଇ ଇଞ୍ଜିନିୟର୍ସଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟବୋଧ ସମ୍ପର୍କରେ ଏକ ସୁନ୍ଦର ସନ୍ଦର୍ଭ ଉପସ୍ଥାପନା କରିଥିଲେ । ସମ୍ମାନିତ ଅତିଥି ପ୍ରଫେସର ସରକାର ତାଙ୍କ ବକ୍ତବ୍ୟରେ ଇଂ ବିଶ୍ୱେଶରାୟଙ୍କ ଜୀବନାଦର୍ଶ ଓ ଇଞ୍ଜିନିୟର୍ସଙ୍କ ଭୂମିକା ସମ୍ପର୍କରେ ମତରଖି କହିଲେ ଯେ, ଯଦି ଜଣେ ଡାକ୍ତର ଭୁଲ କଲା ତେବେ ଜଣଙ୍କର ଜୀବନ ନଷ୍ଟହେବ, ମାତ୍ର ଜଣେ ଇଞ୍ଜିନିୟର ଭୁଲ କଲେ ତେବେ ଶତାଧିକ ଲୋକ ପ୍ରଭାବିତ ହେବେ । ଅନ୍ୟତମ ଅତିଥି ଇଂ. ପଲାଇ ତାଙ୍କ ବକ୍ତବ୍ୟରେ ସମାଜ ଗଠନରେ ଇଞ୍ଜିନିୟର ମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଅତିଥିମାନେ ଏକ ସ୍ମରଣିକା ଉନ୍ମୋଚନ କରିଥିଲେ । ଅନୁଷ୍ଠାନର ପ୍ରାକ୍ତନ ସମ୍ପାଦକ ଡ. ରାମଚନ୍ଦ୍ର ପ୍ରଧାନ ଉପସ୍ଥିତ ସମସ୍ତ ଇଞ୍ଜିନିୟର ମାନଙ୍କୁ ଶପଥ ପାଠ କରାଇଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷ ଇଂ ପୋଲାକି ଅତିଥି ମାନଙ୍କ ପରିଚୟ ସହ ସ୍ୱାଗତ ଭାଷଣ ରଖିଥିଲେ । ସେହିପରି ଇଂ. ପି. କେ. ମାଲହୋତ୍ରା ଓ ଡ. ସୁରେଶ ପ୍ରସାଦ ସିଂହଙ୍କୁ ସେମାନଙ୍କ ଅବଦାନ ପାଇଁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଇଂ. ରତ୍ନାକର ସ୍ୱାଇଁ ଓ ଇଂ ହରଜିତ୍ ସିଂହ କାନୱଲ ମାନପତ୍ର ପାଠ କରିଥିଲେ । ସେହିପରି ଅନୁଷ୍ଠାନ ଦ୍ୱାରା ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ କର୍ମଶାଳାରେ ନିଜର ମତ ଓ ପେପର ପ୍ରସ୍ତୁତ କରିଥିବା ଇଂ. ଏଚ୍‌. ବି. ପଟ୍ଟନାୟକ, ଡ. ସିଂହମ ଜୟଥୁ, ଇଂ. ଦୀପଙ୍କର ମହାପାତ୍ର, ଡ଼. ଶିବରମଣ ପାଣିଗ୍ରାହୀ, ଡ଼ ସମୀର କୁମାର ଆଚାø୍ର୍ୟ, ଡ. ରତ୍ନାକର ସ୍ୱାଇଁ, ଡ. ରାମକୃଷ୍ଣ ବିଶ୍ୱାଳ, ଇଂ. ପ୍ରିୟବ୍ରତ ମଲ୍ଲିକ, ଡ. ମିର୍ଜା ଖଲିଦ ବେକ୍, ଡ. ହିମାଂଶୁ ପି. ସାହୁ, ଡ. ସତ୍ୟନାରାୟଣ କର, ଡ. ଶାନ୍ତନୁ କୁମାର ବେହେରା, ଡ. ଅଜିତ କୁମାର ସାହୁ, ଇଂ. ସନ୍ତୋଷ କୁମାର ଦାଶ, ଡ. ଉମେଶ ଚନ୍ଦ୍ର ପତି, ଡ. ସନ୍ତୋଷ କୁମାର ସାହୁ, ଡ. ମୋହିତ ଲାଲ, ଡ. ସ୍ୱାଧୀନ କୁମାର ପଟେଲ, ଇଂ. ଅର୍କ ମଣ୍ଡଳ ପ୍ରମୁଖଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ । ଶେଷରେ ସାଧାରଣ ସମ୍ପାଦକ ଡ. ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.