ପଦ୍ମପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଗୁରୁ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ପରିସର ମଧ୍ୟରେ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ୱରେ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷା ଶ୍ରୀମତୀ ନାଥ ଗୁରୁ ଦିବସର ଉଦ୍ଦେଶ୍ୟ ଓ ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ । ଛାତ୍ରୀ ସୁଶ୍ରୀ ଶିବାନୀ ମିଶ୍ର ଓ ସୁଶ୍ରୀ ପ୍ରତୀକ୍ଷା ଦାଶ କାର୍ଯ୍ୟକ୍ରମଟିର ସଂଯୋଜନା କରିବା ସହ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଉପରେ ତାଙ୍କର ବକ୍ତବ୍ୟ ରଖିଥିଲେ । ଏହି ସଭାରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ ଓ ଶେଷରେ ଛାତ୍ରୀମାନେ ଗୁରୁ ପୂଜନ କରିଥିଲେ ।

Leave A Reply

Your email address will not be published.