ଟିଟିଲାଗଡ଼ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟରେ ଶ୍ରଦ୍ଧେୟ ମନମୋହିନୀଙ୍କ ୪୧ତମ ସ୍ମୃତି ଦିବସ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଜୁଲାଇ୨୫ ତାରିଖ ଦିନ ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ୱ ବିଦ୍ୟାଳୟର ଆଦରଣୀୟ ପରମ ଶ୍ରଦ୍ଧେୟ ଭଉଣୀ ମନମୋହିନୀ ଜୀ ଇହଧାମ ତ୍ୟାଗ କରିଥିଲେ । ସ୍ୱର୍ଗତ ମନମୋହିନୀ ଜୀଙ୍କ ୪୧ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଟିଟିଲାଗଡ଼ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟରେ ଏକ ସ୍ମୃତି ସଭା ଶାଖା ପରିଚାଳିକା ବ୍ରହ୍ମାକୁମାରୀ ଭଉଣୀ ଦାମିନୀ ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସକାଳୁ ବାବାଙ୍କ ମୂରଲୀ ଶୁଣାଇବା ପରେ ସ୍ୱର୍ଗତ ମନମୋହିନୀ ଜୀଙ୍କ ସ୍ମୃତି ଚାରଣ କରି ତାଙ୍କର ସଦ୍‌ଗୁଣକୁ ନିଜ ଜୀବନଶୈଳୀରେ ସାମିଲ କଲେ ଶାନ୍ତିରେ ଜୀବନ ଅତିବାହିତ କରିପାରିବେ ବୋଲି କହିଥିଲେ । ଏହି ଅବସରରେ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ଭାଇଭଉଣୀମାନେ ଉପସ୍ଥିତ ଥିଲେ । ସଭା ସରିବା ପରେ ସମସ୍ତଙ୍କୁ ପ୍ରସାଦ ବିତରଣ କରାଯାଇଥିଲା ।

Leave A Reply

Your email address will not be published.