ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ ପରିସରରେ ପ୍ରଥମ ଥର ପାଇଁ ରଥଯାତ୍ରା ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ ପରିସରରେ ପ୍ରଥମ ଥର ପାଇଁ ରଥଯାତ୍ରା ପାଳନ ହୋଇଯାଇଛି । ଡାକ୍ତରୀ ଛାତ୍ରଛାତ୍ରୀ ଓ ମେଡ଼ିକାଲ କଲେଜ ପ୍ରଶାସନ ପକ୍ଷରୁ ଜଗତର ନାଥ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଥିବା ଦେଖିବାକୁ ମିଳିଛି । ମେଡ଼ିକାଲ କଲେଜ ଡିନ୍‌ ତଥା ଅଧ୍ୟକ୍ଷା ଡ. ସ୍ୱୟଂପ୍ରଭା ନୀତିକାନ୍ତି ପୂଜାକର୍ମରେ ଯୋଗଦାନ କରିଥିବା ବେଳେ ଅଧ୍ୟାପକ ଅଧ୍ୟାପିକ ତଥା ମେଡ଼ିକାଲ୍‌ ଶିକ୍ଷାର୍ଥୀମାନେ ତିନି ଠାକୁରଙ୍କୁ ରଥାରୁଢ଼ କରି ରଥ ଟାଣିଥିଲେ ।

Leave A Reply

Your email address will not be published.