ls

ଛେଲିଆପାଟ ନୋଡାଲ ହାଇସ୍କୁଲରେ ବନ ମହୋତ୍ସବ ପାଳିତ

sb

ଲୋଇସିଂହା, (ବିମନ୍ଦେୁ ସାହୁ) : ଆଗଲପୁର ବ୍ଲକ ଭରସୁଜା ସ୍ଥିତ ଛେଲିଆପାଟ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ୭୫ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରରେ ଇକୋକ୍ଲବ୍ ଭାରପ୍ରାପ୍ତ ଶିକ୍ଷକ ତଥା ପ୍ରକୃତିବନ୍ଧୁ ଆନନ୍ଦ କୁମାର ସାହୁଙ୍କ ସଂଯୋଜନାରେ ଛାତ୍ରଛାତ୍ରୀଙ୍କ ବକ୍ତୃତା, ପ୍ରବନ୍ଧ ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ପରିଚାଳନା ସମିତିର ପୂର୍ବତନ ସଭାପତି ସୁବାସ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ବୃକ୍ଷର ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ । ଅତିଥିଙ୍କ କରକମଳରେ ବିଦ୍ୟାଳୟ ପରିସରରେ ଆମ୍ବ, ଜାମୁ, ଡାଳିମ୍ବ, ପେସ୍ତାବାଦାମ ଓ ରାଧାଚୁଡ଼ା ଚାରାରୋପଣ କରାଯାଇଥିଲା । ଶିକ୍ଷୟିତ୍ରୀ ସୁଜାତା ସାହୁ, ମିନାକ୍ଷୀ ପଧାନ, ଲୋଚନା ସାହୁ, ଲୋଭାସିନି ଭୋଇ, ନୀତୁ ଭୋଇ, ଦିଗାମ୍ବର ସାହୁ ଓ ସୋମେଶ୍ୱର ପଧାନ ପ୍ରତିଯୋଗିତା ଗୁଡ଼ିକର ତତ୍ତ୍ଵାବଧାନ କରିଥିବା ବେଳେ ଶିକ୍ଷକ ସଞ୍ଜୟ ସାହୁ, ସୁରେଶ ତାଣ୍ଡି, ମୁକେଶ ଚୌହାନ, ଦିଲ୍ଲୀପ ଡ଼ାଙ୍ଗ ଆଲୋକ ଯୋଶୀ ଓ ରମେଶ ତ୍ରିପାଠୀ ଚାରାରୋପଣରେ ସହଯୋଗ କରିଥଲେ ।

pc pk
Leave A Reply

Your email address will not be published.