om academy

ବୌଦ୍ଧ ପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା

jsm

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ଜନ୍ମ ଦିବସ । ଏହି ଦିବସରେ ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ହୋଇଉଠିଥିଲା ଜଗନ୍ନାଥ ମୟ । ଭକ୍ତମାନେ ପ୍ରାତଃକାଳରୁ ସ୍ନାନାଦି କର୍ମ ସମାପନ କରି ମନ୍ଦିରକୁ ଧାଇଁ ଆସିଥିଲେ ପ୍ରଭୂ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସ୍ନାନ ଯାତ୍ରା ଦର୍ଶନ ନିମନ୍ତେ । ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଓ ଅଲିଅଳି ଭଉଣୀ ସୁଭଦ୍ରା ମନ୍ଦିରରୁ ପହଣ୍ଡି ହୋଇ ବିରାଜମାନ କରିଥଲେ ମନ୍ଦିର ସମ୍ମୁଖସ୍ଥ ସ୍ନାନ ମଣ୍ଡପରେ । ଶଙ୍ଖ, ଘଣ୍ଟ, ଘଣ୍ଟା ଓ ଭକ୍ତଙ୍କ ସଙ୍କୀର୍ତ୍ତନ ହରିବୋଲ ହୁଳହୁଳି ଶବ୍ଦରେ ସମଗ୍ର ମନ୍ଦିର ପରିସର ପ୍ରକମ୍ପିତ ହୋଇ ଉଠିଥିଲା । ତାପରେ ବ୍ରାହ୍ମଣ ମାନେ ବୌଦ୍ଧ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପ୍ରବାହିତ ପୁଣ୍ୟତୋୟା ଚିତ୍ରୋତ୍ପଳା ନଦୀରୁ ଜୟ ଜଗନ୍ନାଥଧ୍ୱନିରେ ମତୁଆଲା ହୋଇ ୧୦୮ପିତ୍ତଳ ଗରା ଜଳ ଆଣି ମନ୍ଦିର ମଧ୍ୟରେ ରଖିଥିଲେ । ପରେ ବ୍ରାହ୍ମଣ ମାନଙ୍କ ପବିତ୍ର ମନ୍ତ୍ର ଉଚ୍ଚାରଣ ମଧ୍ୟରେ ତିନି ବିଗ୍ରହଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ହଜାର ହଜାର ଭକ୍ତ ପ୍ରଭୁଙ୍କ ସ୍ନାନ ଯାତ୍ରା ଦର୍ଶନ କରି କୃତକୃତ୍ୟ ହେଇଥିଲେ । ଗଗନ ପବନ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ।

Leave A Reply

Your email address will not be published.