centurian jitm

ଏ. ସୋହନ ପାତ୍ରଙ୍କ ସ୍ମୃତିରେ ଧରିତ୍ରୀ ଦିବସ ପାଳିତ

nschool

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରସିଦ୍ଧ ଶକ୍ତି ପୀଠ ମା’ ରାମଚଣ୍ଡୀଙ୍କ ପୀଠ ପରିସରରେ ଏପ୍ରିଲ ୨୨ ତାରିଖ ଧରିତ୍ରୀ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ମା’ ରାମଚଣ୍ଡୀଙ୍କ ଟ୍ରଷ୍ଟ, ପରିଚାଳନା କମିଟୀ ଓ ପୂଜା କମିଟୀର ମିଳିତ ଉଦ୍ୟମରେ ମା’ ରାମଚଣ୍ଡୀ ମନ୍ଦିର ପରିସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରାଯିବା ସହିତ ଦ୍ୱିତୀୟ ପର୍ଯ୍ୟାୟରେ ବୃକ୍ଷରୋପଣ ଓ ଜଳ ସିଞ୍ଚନ୍‌ କାର୍ଯ୍ୟ ସୋମବାର ସକାଳ ୭ଟାରୁ ପୂର୍ବାହ୍ନ ୯ଟା ମଧ୍ୟରେ ସମାହିତ କରାଯାଇଥିଲା । ଏହି ଦିନକୁ ଏଠାରେ ମା’ ରାମଚଣ୍ଡୀ ମନ୍ଦିରର ଜଣେ ଭକ୍ତ ଶିବ ପାତ୍ର ଯିଏକି ସବୁ ସମୟରେ ମନ୍ଦିର ପୂଜା ଓ ପର୍ବରେ ସହଯୋଗର ହାତ ବଢ଼େଇଥାନ୍ତି, ତାଙ୍କର ୧୦ ବର୍ଷର ସୁପୁତ୍ର ପ୍ରିୟ ଏ. ସୋହନ ପାତ୍ରଙ୍କ ଅକାଳ ବିୟୋଗ ଘଟିଥିଲା । ତାଙ୍କରି ସ୍ମୃତିରେ ସେହି ଅମର ଆତ୍ମାଙ୍କ ସଦଗତି ନିମନ୍ତେ ୨ ମିନିଟର ନୀରବ ପ୍ରାର୍ଥନା କରାଯାଇ ତାଙ୍କ ସ୍ମୃତିପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏଥି ନିମନ୍ତେ ସମାଜସେବୀ ବିମଳ ପଣ୍ଡାଙ୍କ ନେତୃତ୍ୱରେ ମନ୍ଦିର ପରିସରରେ ବୃକ୍ଷରୋପଣ କରାଯାଇଥିଲା । ବିଶିଷ୍ଟ ସମାଜସେବୀ ତଥା କ୍ୟାଡ଼ର ଏ. ପି. ପି. ରାଜେଶ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମର ସହଯୋଗର ହାତ ବଢାଇଥିଲେ ମନ୍ଦିର ପୂଜା କମିଟିର ସଭାପତି ତଥା କରପଡା ପଞ୍ଚାୟତର ସରପଞ୍ଚ ଅଜୟ କୁମାର ନାୟକ, କାର୍ଯ୍ୟକାରୀ ସଭାପତି ଦିବାକର ନାୟକ, ଛତ୍ରପୁର ବଜରଙ୍ଗ ଦଳର ଏସ୍‌. ରାମକୃଷ୍ଣ ରେଡ୍ଡୀ ତଥା ଆଇ. ଆର. ଇ.ରେ କାର୍ଯ୍ୟରତ ମନୋରଞ୍ଜନ ନାୟକ, ଟୁଟୁ ନାୟକ ଓ ଅନେକ ସ୍ଵେଚ୍ଛାସେବୀ ଓ ସମାଜସେବୀ ସକ୍ରୀୟ ଯୋଗଦେଇ ଏହାକୁ ସଫଳ କରାଇଥିଲେ । ସମସ୍ତଙ୍କ ପୂଣ୍ୟ ତିଥି ତଥା ଜନ୍ମଦିନ, ବିବାହ ବାର୍ଷିକୀରେ, ଏବଂ ସ୍ମୃତିଦିବସରେ ଯଦି ଜଣେ ୫ଟା ଗଛ ଲଗାନ୍ତି, ତେବେ ଆମ ପୃଥିବୀ ପୃଷ୍ଠ ପୁଣି ଶସ୍ୟଶ୍ୟାମଳାରେ ପରିପୂର୍ଣ୍ଣ ହୋଇଯାନ୍ତା । ତେବେ ଏହି ଧରିତ୍ରୀ ଦିବସର ମହତ୍ତ୍ୱପୂର୍ଣ୍ଣ ହୋଇପାରି ଥାନ୍ତା ବୋଲି ଏଠାରେ ସଭିଁଏ ମତ ପ୍ରକାଶ କରିଥିଲେ । ଧରିତ୍ରୀ ଦିବସ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର ପରିଚାଳକ ସନ୍ତୋଷ ପଣ୍ଡା, ଏସ. ରବି, ଲକ୍ଷ୍ମୀଧର ପ୍ରଧାନ, ୟୁ. ଶ୍ରୀକାନ୍ତ, ଶଙ୍କର ନାୟକ, ଶ୍ରୀକାନ୍ତ ରାଓ, ରୁଦ୍ର ମିଶ୍ର, ମାଧବ ସାସମଲ, ମନୋଜ ମିଶ୍ର, ସୁଧୀର ମହାରଣା, ରାଜା ରାଓ, ଅର୍ଜୁନ ନାହାକ, ସେନ୍ତୋଷ ବେହେରା, ପ୍ରତାପ ପାତ୍ର, ଦଣ୍ଡପାଣି ମହାରଣା, ବିଦୁର ନାୟକ, ଶିବରାମ ନାୟକ (ଗାଣ୍ଡୁ), ବରୁଣ ନାୟକ, ଗୋପାଳ ନାୟକ ଓ ଉପେନ୍ଦ୍ର ବେହେରା ପ୍ରମୁଖଙ୍କର ବିଶେଷ ଅବଦାନ ରହିଥିଲା । ସମସ୍ତଙ୍କର ବହୁ ମୂଲ୍ୟବାନ ସମୟ ଦେଇ ଶ୍ରମ ଦାନ କରିଥିବା ହେତୁ ମନ୍ଦିର କମିଟୀ ସଂଯୋଜକ କମଲ କୁମାର୍ ପଣ୍ଡା ସମସ୍ତଙ୍କୁ ସାଧୁବାଦ୍‌ ଓ ଧନ୍ୟବାଦ୍ ଜଣାଇଥିଲେ ।

Leave A Reply

Your email address will not be published.