oom

ଖୁଟୁଲୁମୁଣ୍ଡା ଗାଁରେ ଆମ୍ବେଦକର ଜୟନ୍ତୀ ପାଳିତ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଁଲ ଗ୍ରାମପଞ୍ଚାୟତ ଖୁଟୁଲୁମୁଣ୍ଡା ଗ୍ରାମରେ ବିଶ୍ୱରତ୍ନ ଡାକ୍ତର ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ସାଇଭାଇ ସୋସିଆଲ ୱାର୍କର ଫାଉଣ୍ଡର ପ୍ରତିଷ୍ଠାତା ରାଜେନ୍ଦ୍ର ଦୀପ ଓ ପରିଚାଳନା ଉପେନ୍ଦ୍ର ଦୀପଙ୍କ ତତ୍ୱାବଧାନ ରଙ୍ଗରଙ୍ଗ କାର୍ଯ୍ୟକ୍ରମ ସହ ଆମ୍ବେଦକର ଜୟନ୍ତୀ ପାଳିତ ହୋଇଯାଇଛି । ବିଭିନ୍ନ କୃତତ୍ୱ ବ୍ୟକ୍ତିବିଶେଷଙ୍କୁ ଟ୍ରଫି, ପୁଷ୍ପ ଗୁଚ୍ଛ ସହ ଅଙ୍ଗ ବସ୍ତ୍ର ଦେଇ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରରେ ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ହାଜି ମହମ୍ମଦ ଆୟୁବ ଖାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ବିଜେପି ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ବାଗ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟାକ୍ଷ୍ୟା ନିରୁପମା ମାଝୀ, ସମାଜସେବୀକା ପିଙ୍କି ଖରସେଲ, ପୁରନ୍ଦର ବାଗ, ସଂଖ୍ୟାଲଘୁ ସପ୍ରଦାୟ ସଦସ୍ୟ ଅବଦୁଲ ଗଫର ଖାନ, ସ୍ଥାନୀୟ ବାସିନ୍ଦା ଗଫାର ଖାନ, ସାମ୍ବାଦିକ ତୁଳସିରାମ ଜଗତ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ସାମ୍ବାଦିକ ରୋହନ ମହତ, ସାମ୍ବାଦିକ ହୁଳେଶ୍ୱର ହଂସ, ଯୁବ ଆଇନଜୀବି ତଥା ଗରୀବ ସେନା କଣ୍ଟାବାଞ୍ଜି ସଭାପତି ଦିନେଶ ତାଣ୍ଡି, ସଂଗୀତକାର ଶୋଭିତ ତାଣ୍ଡି, ଆଇନଜୀବି ଯୋଗୀ ପ୍ରସାଦ ବାଗ, ଦେଶବନ୍ଧୁ ବାଗ, କଳାକାର ମେଲୋଡି ସିଙ୍ଗର ଅଶୋକ ମହାନନ୍ଦ, ସେହେଜଦ ଖାନ, ମିଷ୍ଟର କଣ୍ଟାବାଞ୍ଜି ଯୋଗେଶ ପନିକା, ପ୍ରଦୀପ ଦାସ, ବେଷ୍ଟ ଆର୍ଟିଷ୍ଟ ଇନ୍ଦୁ ସଗରିଆ, ସମାଜସେବୀ ବ୍ରହ୍ମଶ୍ରୀ ମହାନନ୍ଦ, ନରେନ୍ଦ୍ର ଦୀପ, ସାମ୍ବାଦିକ, ମୋହନ ସୁନା, ଅନ୍ତର୍ଜାତୀୟ ବାଇକ୍‌ ରାଇଡ଼ର ୱାସୀମ ଖାନ, କଲାପ୍ରେମୀ ଭୁବନ ସଗରିଆ, ମାୟାବିନୀ ସଗରିଆ, ଓଡିଶୀ ନୃତ୍ୟ ଆର୍ଟିଷ୍ଟ କାନ୍ତି ସଗରିଆ ସୋସିଆଲ ୱାର୍କରର ସଦସ୍ୟ ଏମ୍‌ଡି. ରେହନ, ସାମାଜିକ କର୍ମୀ ଜିତୁ ସୁନା, ବେଷ୍ଟ ଫୋଟୋ ଗ୍ରାଫର ବେଦ ପ୍ରକାଶ ରଣା, ଉପାସନା ଚୋହାନ, କଣ୍ଟାବାଞ୍ଜି ବିଜୁଟ୍ଟନାୟକ ରକ୍ତଭଣ୍ଡାର ଟେକନିସିଆନ ଦୁର୍ଗାପ୍ରସାଦ ତାଣ୍ଡି, ସାମ୍ବାଦିକ ହରିଶକୁମାର ବାରିକ, ୱେବ ମେଡ଼ିଆ ଜିଲ୍ଲା ସମ୍ପାଦକ ପ୍ରମୋଦ ବେହେରା, ବେଷ୍ଟ ଅଙ୍କରର, ସମୀର ଭାଇ, ବେଷ୍ଟ ମେଲୋଡି ସିଙ୍ଗର ଲିଙ୍ଗରାଜ ସୁନା, ସାମ୍ବାଦିକ ଯୁଗଳକିଶୋର ଶବର, ସାଉଣ୍ଡ ମାଷ୍ଟର ମିଶ୍ର ନାୟକ ତଥା ବିଭିନ୍ନ କୁର୍ତ୍ତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ସମୂହକୁ ସମ୍ମାନିତ କରାଯାଇଥିଲା । ମୁଖ୍ୟ ଆକର୍ଷଣ ପଶ୍ଚିମ ଓଡ଼ିଶାର ସମ୍ବଲପୁରୀ ଆର୍‌କେ ଷ୍ଟାର ରୁକୁସୁନା ଯୋଗଦେଇ କଳାକାରମାନଙ୍କୁ ସମ୍ମାନିତ କରିବା ସହ ମାନପତ୍ର ପ୍ରଦାନ କରି ଉତ୍ସାହିତ କରିଥିଲେ ।

jittmm
Leave A Reply

Your email address will not be published.