oom

ବଲାଙ୍ଗିର ବିଜୁ ଜନତା ଦଳ ଆନୁକୁଲ୍ୟରେ ପ୍ରବାଦ ପୁରୁଷ ‌ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ଜୟନ୍ତୀ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ଜୟନ୍ତୀ ସ୍ଥାନୀୟ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଠାରେ ବଲାଙ୍ଗିର ବିଜୁ ଜନତା ଦଳ ଆନୁକୁଲ୍ୟରେ ଯୁବନେତା ଅର୍କେଶ ନାରାୟଣ ସିଂହଦେଓଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳ ୧୦ ଘଣ୍ଟା ସମୟରେ ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ବିଜେଡି ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ଏବଂ ସମସ୍ତ ବରିଷ୍ଠ କର୍ମକର୍ତ୍ତା ସ୍ଥାନୀୟ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଠାରେ ଥିବା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ଦୀପ ଜାଳି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଓ ପରେ ପରେ ସ୍ବର୍ଗତ ବିଜୁବାବୁଙ୍କ ସ୍ମୃତିଚାରଣ କରିଥିଲେ ବିଜେଡିର ବରିଷ୍ଠ କର୍ମକର୍ତ୍ତା । ଏହି ସଭାରେ ଯୁବ ବିଜେଡ଼ି ଜିଲ୍ଲା ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା ସଭାପତିତ୍ବ କରିଥିଲେ । ବକ୍ତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଭାରତୀୟ ମୁକ୍ତି ସଂଗ୍ରାମରେ ବିଜୁବାବୁଙ୍କ ଅଦ୍ଭୁତ ସାହାସିକତା, କାରାବରଣ, ଇଣ୍ଡୋନେସିଆର ପ୍ରେସିଡେଣ୍ଟ ଡଃ. ସୁବର୍ଣ୍ଣୋଙ୍କୁ ବିମାନରେ ଉଦ୍ଧାର ଏବଂ ଇଣ୍ଡୋନେସିଆର ଭୂମିପୁତ୍ର ସମ୍ମାନପ୍ରାପ୍ତ ଘଟଣାବଳୀ ଓଡିଶା ରାଜ୍ୟର ସାମୁହିକ ବିକାଶ ପାଇଁ ଶ୍ରମିକ ମାନଙ୍କ ମଜୁରି ଭାରତବର୍ଷରେ ସର୍ବ ପ୍ରଥମେ ମହିଳାମାନଙ୍କ ପ୍ରତି ସମ୍ମାନ ଜଣାଇ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା, ଗ୍ରାମାଞ୍ଚଳର ଉନ୍ନତି ପାଇଁ ପଞ୍ଚାୟତିରାଜ ବ୍ୟବସ୍ଥା, ସର୍ବପରି ସମଗ୍ର ରାଜ୍ୟର ସାମୁହିକ ବିକାଶ ପାଇଁ ରାଜ୍ୟର ୧୩ ଟି ଜିଲ୍ଲାକୁ ସମ୍ପ୍ରସାରଣ କରି ୩୦ଟି ଜିଲ୍ଲାରେ ପରିଣତ କରି ନୂଆ ଇତିହାସ ସୃଷ୍ଟି କରିଥିଲେ । ଏହା ସାଙ୍ଗକୁ ପାରାଦ୍ବୀପ ବନ୍ଦର ନିର୍ମାଣ, ଭୁବନେଶ୍ବର ରାଜଧାନୀ ବିକାଶ ଓ ରାଉରକେଲା ଷ୍ଟିଲ ପ୍ଳାଣ୍ଟ ବିକାଶ ଅନେକ ଯୋଜନା ସାଙ୍ଗକୁ ବହୁ ଜନକଲ୍ୟାଣ କାର୍ୟ୍ୟ ରାଜ୍ୟ ତଥା ଦେଶ ପାଇଁ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜରୁରୀ କାଳୀନ ପରିସ୍ଥିତିରେ ଜୟପ୍ରକାଶ ନାରାୟଣଙ୍କ ଆହ୍ବାନରେ ଦେଶର ଜରୁରୀ କାଳୀନ ପରିସ୍ଥିତିକୁ ହଟାଇବା ପାଇଁ ସକ୍ରିୟ ଆନ୍ଦୋଳନ କରି କାରାବରଣ କରିଥିଲେ । ପରବର୍ତ୍ତୀ ସମୟରେ ଜନତା ଦଳ ପ୍ରତିଷ୍ଠାରେ ସକ୍ରିୟ ଅଂଶଗ୍ରହଣ କରି ରାଜ୍ୟ ଓ ଦେଶ କଲ୍ୟାଣ ପାଇଁ ବହୁବିଧ କାର୍ୟ୍ୟ କରିଥିଲେ । ଏଣୁ ବହୁ ବିଳମ୍ବ ହେଲେ ଭାରତର ତଥା ବିଶ୍ଵର ଏ ସୁଯୋଗ୍ୟ ସନ୍ତାନଙ୍କୁ ମରଣୋତ୍ତର “ଭାରତରତ୍ନ” ଉପାଧି ବିଭୁଷିତ କରାଯାଉ ବୋଲି ବକ୍ତା ମାନେ ଦୃଢ ଦାବୀ କରିଥିଲେ । ଏ ଦିଗରେ ଦଳମତ ନିର୍ବିଶେଷରେ ସଭିଏଁ ସ୍ବର ଉତ୍ତୋଳନ କରିବା ପାଇଁ ମତ ପ୍ରକାଶ କରିଥିଲେ । ଜୟନ୍ତୀ ସଭାରେ ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ତାଙ୍କ ଅଭିଭାଷଣରେ ବାଲ୍ୟକାଳରେ ବିଜୁବାବୁଙ୍କ ସଂସ୍ପର୍ଶରେ ଆସିଥିବା କଥା ମନେ ପକାଇ ବିଜୁ ବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଭୋଟ ରାଜନିତୀର ଉର୍ଦ୍ଧ୍ବରେ ରହି ଅଞ୍ଚଳର ସାମୁହିକ ବିକାଶ, ସାମାଜିକ ବିକାଶ ଓ ଅର୍ଥନୈତିକ ବିକାଶ ପାଇଁ ଯୁବ ଓ ଛାତ୍ର ଗୋଷ୍ଠୀଙ୍କୁ ଯୋଗ୍ୟତା ଅନୁଯାଇ ନିଯୁକ୍ତିର ସୁଯୋଗ ପ୍ରଦାନ କରିପାରିଲେ ଯାଇ ପ୍ରକୃତରେ ସ୍ବର୍ଗତ ବିଜୁବାବୁଙ୍କ ଉଚିତ ଶ୍ରଦ୍ଧାଞ୍ଜଳି ଅର୍ପଣ ହେବ ଏବଂ ଏହା ହିଁ ମୋର ରାଜନୈତିକ ଜୀବନର ଲକ୍ଷ୍ୟ ଓ ସଙ୍କଳ୍ପ ବଦ୍ଧ ପରିକର ବୋଲି କହିଥିଲେ । ଏହି କାର୍ୟ୍ୟକ୍ରମ ରେ ପ୍ରଦୀପ ଗୁରୁ, ଓମ୍‌କାର ନାୟକ, ଧୃଡ ଜୁଏଡ ଉମା ଶଙ୍କର ସିଂ, ଲକ୍ଷ୍ମଣ ମେହେର, ଜୟରାମ ମିଶ୍ର, ଓକିଲ ଶୁଭ୍ରାଂଶୁ ଶେଖର ପ‌ଣ୍ଡା, ସନ୍ତୋଷିନୀ ବେହେରା, ଲିପିଶ୍ରୀ ସାଏ, ଦମୟନ୍ତୀ ବାଗ, ସତ୍ୟ ନାୟକ, କୈଳାଶ ଚନ୍ଦ୍ର ମହାନ୍ତି, ସତ୍ୟ ଭୋଇ, ଗୁଞ୍ଜ ଖାଁ ବିଜୁ ବାବୁଙ୍କ ସ୍ମୃତିଚାରଣ କରିଥିବା ବେଳେ ଶତାଧିକ ବିଜୁ ଜନତା ଦଳର ମହିଳା ଯୁବ ଓ ଛାତ୍ର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.