
ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ୍ କମର୍ଦ୍ଦା କଲେଜଛକ ନିକଟରେ ୟୁନିକ ଏଜୁକେସନ କୋଚିଂ ସେଣ୍ଟର୍ ପରିସରରେ ଚତୁର୍ଥ ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ସଭା ଅଧ୍ୟାପକ ବିମଳ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କମର୍ଦ୍ଦା ଜୁନିୟର କଲେଜର ଅଧ୍ୟକ୍ଷ ସରୋଜ ରଞ୍ଜନ ସେନାପତି, ମୁଖ୍ୟବକ୍ତା ଭାବେ ରୁପ୍ସା ନୀଳମଣି କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ସୁଧିର କୁମାର ଦତ୍ତ, ବିଶିଷ୍ଟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସତ୍ୟଶିବ ଦାସ, ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ରାଜେନ୍ଦ୍ର ପରିଡ଼ା, ଡାକ୍ତର ଲଲାଟେନ୍ଦୁ ଦାସ, ଶିକ୍ଷକ ମନୋଜ କୁମାର ଜେନା, କୋଚିଂ ସେଣ୍ଟରର ଶିକ୍ଷକ ଜ୍ୟୋତିପ୍ରକାଶ ଭୂୟାଁ, ସମାଜସେବୀ ଆଶିଷ କୁମାର ମହାନ୍ତି, ସମ୍ବାଦିକ ଅଂଶୁମାନ ରାଉତ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନେ କଠିନ ଅଧ୍ୟବସାୟ ବଳରେ ଶିକ୍ଷା ଦକ୍ଷତା ବଢାଇବା ସହିତ ମୋବାଇଲକୁ ବେଶି ସମୟ ବ୍ୟବହାର ନକରି ପାଠ ପଢ଼ାରେ ଅଧିକ ଧ୍ୟାନ ଦେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ୟୁନିକ ଏଜୁକେସନର ଉପଦେଷ୍ଟା ଶିକ୍ଷକ ମଳୟ କୁମାର ସୁର ଅତିଥିମାନଙ୍କୁ ମଞ୍ଚ ଆହ୍ଵାନ କରିଥିବା ବେଳେ ଅଧ୍ୟାପକ ତରୁଣ କୁମାର କାମିଳା ଅତିଥିମାନଙ୍କ ପରିଚୟ ପ୍ରଦାନ ଏବଂ ଅଧ୍ୟାପକ ସୁକାନ୍ତ କୁମାର ପାତ୍ର ବାର୍ଷିକ ବିବରଣୀ ପଠନ କରିଥିଲେ । ଉକ୍ତ ଉତ୍ସବରେ କୃତି ଛାତ୍ରଛାତ୍ରୀ ଏବଂ ଉପସ୍ଥିତ ସାମ୍ବାଦିକ ବନ୍ଧୁମାନଙ୍କୁ ମାନପତ୍ର, ଉତ୍ତରୀୟ ଏବଂ ଚାରା ବୃକ୍ଷଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଅଧ୍ୟାପକ ରାଜେନ୍ଦ୍ର ଦାସ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ଅଧିବେଶନରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ୟୁନିକ୍ ଏଜୁକେସନ ସେଣ୍ଟରର ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।