oom

ଭଗବତୀ ନଗରରେ ରାମୋତ୍ସବ ଓ ଦୀପୋତ୍ସବ ପାଳିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଭଗବତୀ ନଗରରେ ହର୍ଷ ଉଲ୍ଲାସରେ ପ୍ରଭୁ ଶ୍ରୀରାମଙ୍କ ରାମୋତ୍ସବ ଏବଂ ଦୀପୋତ୍ସବ ପାଳିତ ହୋଇଯାଇଛି । ପ୍ରାତଃ କାଳରୁ ଭଗବତୀ କଲୋନୀରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସମସ୍ତେ ନିଜ ନିଜ ଘର ସମ୍ମୁଖରେ ସଫେଇ କାର୍ଯ୍ୟ କରିଥିଲେ । ସକଳ ୮ଟାରେ ବିଷ୍ଣୁ ପ୍ରସାଦ ଅଗ୍ରୱାଲଙ୍କ ଘରେ ଶ୍ରୀମତୀ ମୀରା ଅଗ୍ରୱାଲ ଭଜନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଏବଂ ବାଳଭୋଗ ସେବନ ହୋଇଥିଲା । ଅପରାହ୍ନରେ ଶିଶୁ କଳାକାର ସ୍ୱୟଂ ଏବଂ ଶାୟଷଙ୍କୁ ଯଥାକ୍ରମେ ରାମ ଏବଂ ସୀତା ରୂପେ ବେଶ କରାଯାଇ ଏକ ସୁସଜ୍ଜିତ କାର ଯୋଗେ ଭଜନ କୀର୍ତ୍ତନ ଓ ନାଚଗୀତ ସହ ‘ଜୟ ସୀତା ରାମ’ ଏବଂ ‘ଜୟ ଜୟ ଶ୍ରୀ ରାମ’ ଧ୍ୱନି ସହ ସମଗ୍ର ଭଗବତୀ ନଗର ପରିକ୍ରମା କରାଯାଇଥିଲା । ସମସ୍ତଙ୍କ ଘର ସମ୍ମୁଖରେ ରଙ୍ଗୋଲି ସହ ଫୁଲ କଳସ ସଜା ହୋଇଥିଲା । କଳସ ସମ୍ମୁଖରେ ଦୀପମାନ ପ୍ରଜ୍ୱଳିତ ହୋଇଥିଲା । ପରିକ୍ରମା ପରେ ରାମଙ୍କ ଯାତ୍ରା ଦୀପୋତ୍ସବ ସ୍ଥଳିରେ ପହଁଚିବା ପରେ ସମସ୍ତେ ଗଙ୍ଗାଜଳ, କ୍ଷୀର ଏବଂ ସୁଗନ୍ଧିତ ପୁଷ୍ପରେ ରାମ ଏବଂ ସୀତାଙ୍କ ପଦ ପ୍ରକ୍ଷାଳନ କରିଥିଲେ ଏବଂ ସୁସଜ୍ଜିତ ଆସନରେ ଦୀପୋତ୍ସବ ସ୍ଥାନରେ ବିରାଜିତ କରାଇଥିଲେ । ପରେ ସମସ୍ତ ରାମ ପ୍ରେମୀ ଭଜନ କୀର୍ତ୍ତନ ଆରମ୍ଭ କରିଥିଲେ । ତତ୍‌ପଶ୍ଚାତ ସାମୁହିକ ହନୁମାନ ଚାଳିଶା ପାଠ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଫଳ କରିବାରେ ରଶ୍ମିତା ପାଣିଗ୍ରାହୀ, ନେହା ଅଗ୍ରୱାଲ, ଗୀତା ଅଗ୍ରୱାଲ, ଚିତ୍ରାଙ୍ଗୀ ଚୋପଦାର, ରାନୁ ହୋତା, ରଞ୍ଜୁରାଣୀ ଜେନା, ବିମଳ ଚୋପଦାର, ସୁରେଶ ଅଗ୍ରୱାଲ, ପ୍ରମୋଦ ଅଗ୍ରୱାଲ, ପ୍ରଦୀପ ଅଗ୍ରୱାଲ, ସତ୍ୟଜିତ ପାଣିଗ୍ରାହୀ, ସଂସ୍କାର ଅଗ୍ରୱାଲ, ଅରବିନ୍ଦ ସିଂ, ବିଜନ ଜେନା ତଥା ଅନ୍ୟସବୁ ରାମ ଭକ୍ତ ବୃନ୍ଦ ଆନ୍ତରିକ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.