ତୁଷୁରା, (କେପିଏନ୍ଏସ୍) : ଆଜି ସକାଳ ୭ଘ.୩୦ମି. ସମୟରେ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରାଠାରେ ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ତୁଷୁରାର ବିଶିଷ୍ଟ ସମାଜସେବୀ ରାଧାରମଣ କେଡିଆ ଯୋଗ ଦେଇ ଜାତୀୟ ପତକା ଉତ୍ତୋଳନ କରି ସମବେତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ଶିଶୁମାନଙ୍କୁ ଉଦ୍ବୋଧନ ଦେଇ ସମସ୍ତ ଶିଶୁ ଜଣେ ଜଣେ ଦେଶଭକ୍ତ ହୋଇ ସ୍ୱାଧିନତାକୁ ବଞ୍ଚାଇ ରଖିବା ସହ ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାପାଇଁ ସମସ୍ତେ ଚେଷ୍ଟିତ ହୁଅନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଉପସଭାପତି ଶ୍ରୀମତୀ ଜନନୀ ଧରୁଆ ଯୋଗ ଦେଇଥିଲେ । ପରିଚାଳନା ସମିତିର ସଦସ୍ୟ, ସଦସ୍ୟା ଉପସ୍ଥିତ ଥିଲେ । ଶେଷରେ ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ବିନ୍ଦୁ ମାହାଣା ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀମତୀ ପ୍ରଶାନ୍ତି ଦାସ, ସୁଶ୍ରୀ ରଞ୍ଜିତା ନାଗ ଓ ଅଙ୍ଗନୱାଡି କର୍ମୀ ମାୟାବତୀ ଛତ୍ରିଆ ସହଯୋଗ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସମସ୍ତ ସଦସ୍ୟ, ସଦସ୍ୟା ଉପସ୍ଥିତ ଥିଲେ ।
Prev Post
Next Post