ବ୍ରିଜ ଛକ ହିକୁଡିଠାରେ ବିଶ୍ୱ ରେଡକ୍ରସ୍‌ ଦିବସ ପାଳିତ

ସୋନପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଜୁନିୟର ରେଡକ୍ରସ୍‌ ଆହ୍ୱନ କ୍ରମେ ଉଲୁଣ୍ଡା ବ୍ଲକର ସମସ୍ତ ସ୍କୁଲର ଜୁନିୟର ରେଡକ୍ରସ୍‌ ୟୁନିଟ ତରଫରୁ ମୁଣ୍ଢୋଘାଟ ପଂଚାୟତ ଅନ୍ତର୍ଗତ ବ୍ରିଜ ଛକ ହିକୁଡିଠାରେ ବିଶ୍ୱ ରେଡକ୍ରସ୍‌ ଦିବସ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡା. ରାଧାକାନ୍ତ ଗଡତିଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରେଡକ୍ରସ୍‌ ପତାକା ଉତ୍ତୋଳନ କରିବା ସହ ଜଳଛତ୍ର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥଲେ । ଶ୍ରୀ ଗଡତିଆ ନିଜସ୍ୱ ବକ୍ତବ୍ୟରେ ରେଡକ୍ରସ୍‌ କାର୍ଯ୍ୟକ୍ରମ ମାନବୀୟ ସେବା ପ୍ରଦାନ କରିଥାଏ । କିନ୍ତୁ ଏ ବର୍ଷର ଥିମ ଅନୁସାରେ ଏହି ସେବା କାର୍ଯ୍ୟ ସହୃଦୟତାର ସହ ସଂପାଦନ କରିବା ପାଇଁ ଆହ୍ୱନ କରିଥିଲେ । ଭାଇସ୍‌ ଚେୟାରମ୍ୟାନ ଗତିକୃଷ୍ଣ ମିଶ୍ର, ସରପଂଚ କେଶନ ଜଗଦଲା, ପୂର୍ବତନ ସରପଂଚ ହରିହର କର୍ଣ୍ଣ, ବିଶିପଡା ହାଇସ୍କୁଲ ବିଜ୍ଞାନ ଶିକ୍ଷକ କେଶବ କୁମାର ଦାଶ, ଚାରଭଟା କଲେଜର ଖେଳ ଶିକ୍ଷକ ତାରା ଶଙ୍କର ଗୁରୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ରେଡକ୍ରସ୍‌ ପତାକା ଉତ୍ତୋଳନ କରାଯିବା ସହିତ ରେଡକ୍ରସ୍‌ର ପ୍ରତିଷ୍ଠାତା ସାର ଜାଁ ହେନରୀ ଡୁନାଂଟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ପରେ ଦହିପାଣି, ସରବତ, ଜଲଜିରା ପାଣି ପଥଚାରୀ, ବସ୍‌ଯାତ୍ରୀ, ଟ୍ରକ୍‌ ଡ୍ରାଇଭର, ଅଟୋରିକ୍ସା ଚାଳକ, ଚାଷୀ, ଦିନ ମଜୁରିଆ ଏବଂ ସ୍ଥାନୀୟ ଦୋକାନୀମାନଙ୍କୁ ବଂଟନ କରାଯାଇଥିଲା । ଏହା ସହିତ ଜନସାଧାରଣଙ୍କୁ ଅଂଶୁଘାତରୁ ସୁରକ୍ଷିତ ରହିବାର ପ୍ରାଥମିକ ଚିକିତ୍ସା ବିଷୟରେ ଅବଗତ କରାଯିବା ସହ କରୋନାର ନୂତନ ଭାରିଆଂଟର ମୁକାବିଲା କରିବାକୁ ସଚେତନ କରାଯାଇଥିଲା । ହାତ ଧୋଇବାର ସଫଳ ସୋପାନର ଡେମୋ ପ୍ରଦର୍ଶନ କରାଯାଇଥିଲା । ଜନସାଧାରଣଙ୍କୁ ମାସ୍କ ମଧ୍ୟ ବଂଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଜୁନିଅର ରେଡକ୍ରସ୍‌ ଅଫିସର ରବିଚନ୍ଦ୍ର ପଶାୟତ ପରିଚାଳନା କରିଥିବା ବେଳେ କୁମାରକେଳୀ ସ୍କୁଲର ପରାମର୍ଶଦାତା ହୃଷିକେଶ ଚାନ୍ଦ ସଂଯୋଜନା କରିଥିଲେ । ବରିଷ୍ଠ ସାଧନକର୍ମୀ ଚନ୍ଦ୍ରମଣି ବାଘ ଅତିଥି ପରିଚୟ ଦେଇଥିବା ବେଳେ ଆରଡିଓ ଝସକେତନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିବା ରକ୍ତଦାନ ଶିବିରରେ ଚନ୍ଦ୍ର ଶେଖର ମହାପାତ୍ର, ପ୍ରସନ୍ନ ଶତପଥୀ ସମେତା ୫ ଜଣ ପରାମର୍ଶଦାତା ରକ୍ତଦାନ କରିଥିଲେ । କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ମହାରାଜ ହାଇସ୍କୁଲ, ସୋନପୁରର ଆଶିଷ କୁମାର ରଥ, ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଜ୍ଞା ପରିମିତା ମିଶ୍ର, ଲୋକନାଥ ମେହେର, କାଲିଆ କର୍ମୀ, ମଂଜୁଲତା ଜଗଦଲା, ବିସିସି ପ୍ରହଲ୍ଲାଦ ନାଏକ, ନିମାଇ ଚରଣ ମଲ୍ଲୀକ, ବୈକୁଣ୍ଠ ନାୟକ, ଗୋପେଶ ପଣ୍ଡା, ସାଧନକର୍ମୀ ହୃଷିକେଶ ଡାଙ୍ଗ, ଚନ୍ଦ୍ର ଶେଖର ମହାପାତ୍ର, ରକ୍ଷକ ସାଧନକର୍ମୀ ତପସ୍ୱିନୀ ଦାଶ, ପରାମର୍ଶଦାତା ପ୍ରସନ୍ନ ଶତପଥି, ଜଗଦିଶ ଦାଶ, ପ୍ରଫୁଲ୍ଲ ମହାରଣା, ପ୍ରଜ୍ଞା ପରିମିତା ମିଶ୍ର, ଜୟନ୍ତୀ କେନେଡ, ଦମୟନ୍ତୀ ଜଜଦଲା, ମୋନାଲୀସା ପାରମାଣିକ, ହେମନ୍ତ ମେହେର, ସୁବ୍ରତ ସାହୁ, ବ୍ରତାନନ୍ଦ ଭୋଇ, ଡନ ପଧାନ, ଶତୃଘ୍ନ କର୍ମୀ, ବିଶ୍ୱନାଥ ପାଣିଗ୍ରାହୀ, ସୁବ୍ରତ କର୍ମୀ , ଅବସରପ୍ରାପ୍ତ ଇଂରାଜୀ ଶିକ୍ଷକ ରାଘବ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.