om academy

ଜନ ଶିକ୍ଷଣ ସଂସ୍ଥାନ ଗଞ୍ଜାମ ପକ୍ଷରୁ ଉତ୍କଳ ଦିବସ ପାଳିତ

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଉତ୍କଳ ଦିବସ ଓ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଜନ ଶିକ୍ଷଣ ସଂସ୍ଥାନ ଗଞ୍ଜାମ ପକ୍ଷରୁ ସଂସ୍ଥାନର କାର୍ଯ୍ୟାଳୟ ପରିସରରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଜନ ଶିକ୍ଷଣ ସଂସ୍ଥାନ ଗଞ୍ଜାମର ନିର୍ଦ୍ଦେଶକ ମନୋଜ ବିଶ୍ଵାଳ ଉଦ୍‌ଘାଟନ କରିଥିବା ବେଳେ ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାର କଳା, ସାହିତ୍ୟ ଓ ପ୍ରାଚୀନ ପରମ୍ପରା ବଜାୟ ରଖିବା ପାଇଁ ଆହ୍ୱାନ ଦେଇଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଯୁବକ, ଯୁବତୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ଅନେସ୍କ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଅଂଶଗ୍ରହଣ କରିଥିଲେ । ପ୍ରଭାତଫେରୀ, ଯୋଗ, ରଙ୍ଗୋଲି ଓ କୁଇଜ୍ ପ୍ରତିଯୋଗିତା କାର୍ଯ୍ୟକ୍ରମ ମାନ ସଂସ୍ଥାନର କର୍ମକର୍ତ୍ତାମାନଙ୍କ ଦ୍ୱାରା ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ରାମଚନ୍ଦ୍ର ବେହେରା ମାନପତ୍ର ସହିତ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜନ ଶିକ୍ଷଣ ସଂସ୍ଥାନର କାର୍ଯ୍ୟକ୍ରମ ଅଧିକାରୀ ମିଟୁ ସାହୁ ଓ ସହକାରୀ ଅଧିକାରୀ ଅଭିଜିତ ଖଡାଙ୍ଗ୍, ଶୁଭେନ୍ଦ୍ର ଦାସ ପରିଚାଳନା କରିଥିଲେ । ଶେଷରେ ସୁଜାତା ମହାରଣା ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.