ସୁନ୍ଦରଗଡ଼ ଜିଲ୍ଲା ମହିଳା ପତଞ୍ଜଳି ଯୋଗ ସମିତି ଆନୁକୂଲ୍ୟରେ ପବିତ୍ର ରାମନବମୀ ଓ ସ୍ୱାମୀଜୀଙ୍କ ସନ୍ନ୍ୟାସ ଦୀକ୍ଷା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ପତଞ୍ଜଳି ଯୋଗ ପରିବାର ଆନୁକୂଲ୍ୟରେ ପବିତ୍ର ଶ୍ରୀରାମ ନବମୀ ଉତ୍ସବ ଓ ପରମ ପୂଜ୍ୟ ସ୍ୱାମୀଜୀ ମହାରାଜାଙ୍କ ସନ୍ନ୍ୟାସ ଦୀକ୍ଷା ଦିବସ ରାଉରକେଲାର ସେକ୍ଟର ୬ ସ୍ଥିତ କମ୍ୟୁନିଟି ସେଣ୍ଟର ଯୋଗ କେନ୍ଦ୍ର ପରିସରରେ ପାଳନ କରାଯାଇଛି । ମୁଖ୍ୟ ଅତିଥି ରାଜ୍ୟ ସହ ପ୍ରଭାରୀ ଅକ୍ରୁର ମାର୍ଥା ଦୀପ ପ୍ରଜ୍ବଳନ ପୂର୍ବକ ବୈଦିକ ରୀତି ଅନୁଯାୟୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରାରମ୍ଭରେ ଅରବିନ୍ଦ ପଣ୍ଡାଙ୍କ ପୌରହିତ୍ୟରେ ଯଜ୍ଞ କାର୍ଯ୍ୟ କରାଯାଇ ସମସ୍ତଙ୍କ ମଙ୍ଗଳ କାମନା କରାଯାଇଥିଲା । ଉପସ୍ଥିତ ସମସ୍ତ ଯୋଗ ଶିକ୍ଷକ, ସାଧକ ସାଧିକା ଭାଇ ଓ ଭଉଣୀମାନେ ଯଜ୍ଞରେ ସାକଲ୍ୟ ଓ ଆହୁତି ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ମାର୍ଥା ପବିତ୍ର ଶ୍ରୀ ରାମନବମୀର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଶ୍ରୀରାମଙ୍କ ଜନ୍ମ ତିଥି ଏବଂ ଏହା ଭାରତୀୟମାନଙ୍କ ପାଇଁ ଅତି ପବିତ୍ର ଦିବସ । ଭାରତୀୟ ସଂସ୍କୃତି ଓ ସମାଜରେ ଶ୍ରୀରାମ ହେଇଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ । ତାଙ୍କର ଆଦର୍ଶକୁ ଆମେ ପାଳନ କଲେ ରାମରାଜ୍ୟ ପ୍ରତିଷ୍ଠା କରିପାରିବା । ପରମପୂଜ୍ୟ ସ୍ୱାମୀଜୀ ମହାରାଜଙ୍କ ଆଜି ଦିବସଟି ସନ୍ନ୍ୟାସ ଦୀକ୍ଷା ଗ୍ରହଣ ଦିବସରେ ସମସ୍ତେ ଶପଥ ପାଠ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବି.ଏସ.ଟି ପ୍ରଭାରୀ ନରେନ୍ଦ୍ର ବେହେରା, ଜିଲ୍ଲା ମହିଳା ପ୍ରଭାରୀ ନିତମ୍ବିନି ସ୍ୱାଇଁ, ଜିଲ୍ଲା ଯୋଗ ସମିତି ପ୍ରଭାରୀ ପ୍ରଦୀପ୍ତ ସାହୁ, ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ, ଜିଲ୍ଲା ମହିଳା ମିଡ଼ିଆ ପ୍ରଭାରୀ ଆରତୀ କର, ମହିଳା ସହପ୍ରଭାରୀ ସୁରଭି ମଲ୍ଲିକ, ମହିଳା ସଂଗଠନ ମନ୍ତ୍ରୀ ସନ୍ଧ୍ୟାରାଣୀ ସାହୁ ଆଦି ନିଜର ବକ୍ତବ୍ୟ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଏହି କେନ୍ଦ୍ରର ବରିଷ୍ଠ ଯୋଗ ଶିକ୍ଷକ ସୁରଭି ମଲ୍ଲିକ, ବିଜୟ ଲକ୍ଷ୍ମୀ ମହନ୍ତ, ଅବନ୍ତି ମିର୍ଦ୍ଧା ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଯୋଗ ଶିକ୍ଷୟତ୍ରୀ ଅନୁସୁୟା ବାରିକ, ରଥ ହରିପାଲଙ୍କ ସମେତ ବହୁସଭ୍ୟ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମିଡ଼ିଆ ପ୍ରଭାରୀ ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.