‘ନବୀନ’ କାର୍ଯ୍ୟାଳୟରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ‘ନବୀନ’ କାର୍ଯ୍ୟାଳୟରେ ୭୪ତମ ସାଧାରଣତନ୍ତ୍ର ଦିବସ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ଡ଼. ଡ଼ମ୍ବରୁଧର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ନବୀନର ସମ୍ପାଦକ ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ତ୍ରିପାଠୀ, ସମ୍ପାଦକ କପିଳ ଚନ୍ଦ୍ର ମହାନ୍ତି, ବି. ସତ୍ୟମ ଆଚାରୀ, ସୁଧୀର କୁମାର ପଣ୍ଡା, ପବିତ୍ର କୁମାର ଚୌଧୁରୀ, ଶିକ୍ଷାବିତ୍‌ ରାଜେନ୍ଦ୍ର ପ୍ରସାଦ ପାଣିଗ୍ରାହୀ, ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଭଗବତ ଚାରିଟେବୁଲ ଟ୍ରଷ୍ଟ ସଭାପତି ଏସ୍‌. ପ୍ରକାଶ ଚନ୍ଦ୍ର ପାତ୍ର, କରମ୍ଭା କମାଣ୍ଡୋ ସଭାପତି ରାମକୃଷ୍ଣ ପାତ୍ର, ନବୀନର ପ୍ରକାଶିକା ମଞ୍ଜୁ ରଥ, ଲାଲ ବାହାଦୁର ପଟ୍ଟନାୟକ, ଆଡ଼ଭୋକେଟ ଆଦିତ୍ୟ ନାୟକ ପ୍ରମୁଖ ଅଂଶଗ୍ରହଣ କରି ଦେଶାତ୍ମବୋଧକ କବିତା ପାଠ କରିଥିଲେ ।

jittmm
Leave A Reply

Your email address will not be published.