ଇସ୍ପାତନଗରୀରେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଜନ୍ମ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଉରକେଲାର ପ୍ରାକ୍ତନ ବିଧାୟକ ଦିଲ୍ଲୀପ ରାୟଙ୍କ ୭୦ତମ ଜନ୍ମ ଜୟନ୍ତୀ ଇସ୍ପାତନଗରୀ ରାଉରକେଲାରେ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ସହରର ବିଭିନ୍ନ ଅନୁଷ୍ଠାନ ତଥା ରାଉରକେଲା ଡେଭଲପମେଣ୍ଟ୍ ଫ୍ରଣ୍ଟର ମୁଖ୍ୟ ଆବାହକ ହରିହର ରାଉତରାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଦୁଇଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବୀ, ସମାଜସେବୀ, ସଂଗଠକ ପ୍ରମୁଖ ଯୋଗଦେଇ କେକ୍ କାଟିବା ସହ ଶ୍ରୀ ରାୟଙ୍କ ଦୀର୍ଘ ଜୀବନ ଓ ତାଙ୍କର ସୁସ୍ଥ ନିରାମୟ ଜୀବନ କାମନା କରିଥିଲେ । ଶ୍ରୀ ରାୟଙ୍କ ପାଇଁ କୋଏଲନଗର ମଧୁସୂଦନ ପାର୍କଠାରେ ବରିଷ୍ଠ ନାଗରିକ, ସେକ୍ଟର ୧୯ ସ୍ଥିତ ମୁଣ୍ଡା ମାର୍କେଟ, ମାଲଗୋଦାମ ଛକ, ସେକ୍ଟର ୧୫ର ସାଗରିକା ୱେଲଫେୟାର ଟ୍ରଷ୍ଟ, ସେକ୍ଟର ୮ ସାଇ ମନ୍ଦିର, ସେକ୍ଟର ୬ ଶାରଳା ମନ୍ଦିର, ସେକ୍ଟର ୬ ଜଗନ୍ନାଥପାଲ୍ଲୀ, ରହମତନଗର, ବାସନ୍ତୀ କଲୋନୀ ସ୍ଥିତ ଆଖଣ୍ଡଳମଣି ପୂଜା କମିଟି ତରଫରୁ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ଦୀପ ପ୍ରଜ୍ୱଳନ ସହ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା । ସେହିପରି ବିଭିନ୍ନ ବସ୍ତିମାନଙ୍କରେ କମ୍ବଳ ବଣ୍ଟନ କରାଯିବା ସହ ଛେଣ୍ଡ ଠାରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ସ୍ୱତଃପ୍ରବୃତ ଭାବେ ବହୁବ୍ୟକ୍ତି ରକ୍ତଦାନ କରିଥିଲେ । ଅନ୍ୟପକ୍ଷେ ଦ୍ୱିତୀୟ ଦିନ ହନୁମାନ ବାଟିକାରେ ରୂଦ୍ରାଭିଷେକ, ସୁନ୍ଦରକାଣ୍ଡ ପରାୟଣ, ରାଉରକେଲା ସରକାରୀ ଡାକ୍ତରଖାନାରେ ଫଳ ବଣ୍ଟନ, ଗଙ୍ଗାଧରପାଲ୍ଲୀ, କୋଏଲନଗର, ଶାନ୍ତି ଭବନଠାରେ ଅନ୍ତେବାସୀଙ୍କୁ ଖାଦ୍ୟ ବଣ୍ଟନ, ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ, ଜି ଟି ଲେନ୍, ସେକ୍ଟର ୧ର ମୁକ୍ତିକାନ୍ତ ବେହେରା, ସେକ୍ଟର ୧୮ ମାର୍କେଟ ସ୍ଥିତ ରାଧାକୃଷ୍ଣ ମନ୍ଦିର, ଗାନ୍ଧୀ ରୋଡ, ନୟାବଜାର, ଡେଲି ମାର୍କେଟ, ସିଭିଲ୍ ଟାଉନସିପ ସ୍ଥିତ ସଞ୍ଜୟ ମାର୍କେଟ, ବନ୍ଧମୁଣ୍ଡା ସି ସେକ୍ଟର, ନାଲା ରୋଡର ହସନପୁର, ସେକ୍ଟର ୬ ଟେଲିଫୋନ ଭବନ ପଡିଆ, ମଧୁସୂଦନ ଛକ ସ୍ଥିତ ଟେମ୍ପୋ ଷ୍ଟାଣ୍ଡ, ଆନନ୍ଦ ଭବନ ଲେନ୍, ଛେଣ୍ଡ ସ୍ଥିତ ବ୍ରାଇଟ୍ ୱେଲଫେୟାର କମିଟି ତରଫରୁ ଶ୍ରୀ ରାୟଙ୍କ ୭୦ତମ ଜୟନ୍ତୀ ପାଳନ ସହ କେକ୍ କଟାଯାଇଥିଲା । କାର୍ଯ୍ୟକ୍ରମର ସଫଳ ରୂପାୟନ ତଥା ଦିଲ୍ଲୀପ ପ୍ରେମୀଙ୍କୁ ଫ୍ରଣ୍ଟର ଆବାହକ ଶ୍ରୀ ରାଉତରାୟ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହା ବ୍ୟତୀତ ସହରର ଅନ୍ୟ ବହୁ ଅନୁଷ୍ଠାନ ମଧ୍ୟ ଶ୍ରୀ ରାୟଙ୍କ ଜୟନ୍ତୀ ପାଳନ କରିଥିବା ଖବର ହସ୍ତଗତ ହୋଇଛି ।

Leave A Reply

Your email address will not be published.