oom

ଜିଲ୍ଲାସ୍ତରୀୟ ଆନ୍ତର୍ଜାତିୟ ଭିନ୍ନକ୍ଷମ ଦିବସ ପାଳିତ

jsmm
  • ଭିନ୍ନକ୍ଷମ ସାଧାରଣ ନୁହଁନ୍ତି, ସେମାନେ ଅସାଧାରଣ, ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଆମ ସମସ୍ତଙ୍କ ଗୁରୁଦାୟିତ୍ୱ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ, ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସୁବର୍ଣ୍ଣପୁର ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ସମାରୋହ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଦିବସ ପାଳନ ଅବସରରେ ଆଜି ସକାଳ ୦୯ ଘଣ୍ଟା ସମୟରେ ବିଭାଗ ତରଫରୁ ଜିଲ୍ଲାର ସମସ୍ତ ଭିନ୍ନକ୍ଷମ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଏନସିସି କ୍ୟାଡେଟ ତଥା ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ସ୍ଥାନୀୟ ପୁରୁଣା ଟାଉନ ହଲ୍‌ ପରିସରରୁ ବାହାରି ଜିଲ୍ଲା ସଂସ୍କୃତି ଭବନ ଠାରେ ପହଂଚି ଥିଲା । ଆୟୋଜିତ ଶୋଭାଯାତ୍ରାକୁ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କଁହର ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିଲେ । ଶୋଭାଯାତ୍ରା ପରେ ସଂସ୍କୃତି ଭବନ ପରିସରରେ ଏକ ମାନବ ଶୃଙ୍ଖଳା କରାଯାଇ ଭିନ୍ନକ୍ଷମ ସଶକ୍ତିକରଣ ପାଇଁ ଶପଥ ପାଠ କରାଯାଇଥିଲା । ପରେ ପରେ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ସଂସ୍କୃତି ଭବନ ଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଏକ ସମାରୋହ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶି ପୁନମ ମିଞ୍ଜ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀମତୀ କୁମୁଦିନୀ ମୁଦୁଲି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ନିହାର ରଞ୍ଜନ କଁହର, ଏଡିଏମୋ ଡ଼. ରମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ମଂଚାସୀନ ଥିଲେ । ଭିନ୍ନକ୍ଷମ ବ୍ୟକ୍ତି କେବେବି ସାଧାରଣ ନୁହଁନ୍ତି ବରଂ ସେମାନେ ଜଣେ ଜଣେ ଅସାଧାରଣ । ଭିନ୍ନକ୍ଷମଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଦିଗରେ ଆମ ସମସ୍ତଙ୍କ ଗୁରୁଦାୟିତ୍ୱ ରହିଛି, ଏଣୁ ଆମେ ସମସ୍ତେ ନିଜ ନିଜର ସ୍ତରରେ ସର୍ବୋପରି ସେମାନଙ୍କୁ ସ୍ନେହ ଶ୍ରଦ୍ଧା ତଥା ଆତ୍ମୀୟତାର ସହ ଆପଣାଇବାକୁ ଗୁରୁତ୍ୱାରୋପ କରିଛନ୍ତି ଅତିଥି ବୃନ୍ଦ । ଅତିଥିମାନେ ସଭାରେ ଭିନ୍ନକ୍ଷମମାନଙ୍କ ନିମନ୍ତେ ରହିଥିବା ସରକାରୀ ବିଧି ବ୍ୟବସ୍ଥା, ଅଧିକାର ତଥା ବିଭିନ୍ନ ଜନ ହିତକାରୀ ଯୋଜନା ଉପରେ ମଧ୍ୟ ଆଲୋକପାତ କରିଛନ୍ତି । ସେମାନଙ୍କୁ ଉଚିତ ସମ୍ମାନ ଓ ଭାଗିଦାରି ସହ ତାଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ମତବ୍ୟକ୍ତ କରିଛନ୍ତି ଅତିଥି ବୃନ୍ଦ । ଏହି ଅବସରରେ ଦୁଇଟି ଦମ୍ପତ୍ତିଙ୍କୁ ୨,୫୦,୦୦୦/- ଟଙ୍କା ଲେଖାଏଁ ବିବାହ ପ୍ରୋତ୍ସାହନ ରାଶି, ୨ ଜଣଙ୍କୁ ଭିନ୍ନକ୍ଷମ ଭତ୍ତା, ୨ ଜଣଙ୍କୁ ହ୍ୱିଲ ଚେୟାର, ୨ ଜଣଙ୍କୁ ଟ୍ରାଇସାଇକଲ ଓ ଗୋଟିଏ କିନ୍ନର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୫୦,୦୦୦/- ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା । ଏହା ସହିତ ଭିନ୍ନକ୍ଷମ ବିଦ୍ୟାଳୟ ଏବଂ ଶିକ୍ଷା ବିଭାଗ ଅଧିନସ୍ଥ ସମସ୍ତ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ୪୪ ଜଣ କୃତି ଛାତ୍ରଛାତ୍ରୀଙ୍କୁ ତାଙ୍କର କୃତିତ୍ୱ ନିମନ୍ତେ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପୁନଶ୍ଚ ରାଜ୍ୟ ତଥା ଜାତୀୟ ସ୍ତରରେ କୃତିତ୍ଵ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଥିବା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ପୁରସ୍କାର ପ୍ରଦାନ ଉତ୍ସବ ପରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ କୁମାର ପଣ୍ଡା ନୂତନ ବର୍ଷ ଉପଲକ୍ଷେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ୨୦,୦୦୦ ଟଙ୍କାର ସହାୟତା ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ । ଏହି ଅବସରରେ ଡିଷ୍ଟ୍ରିକ୍ଟ ହେଣ୍ଡିକେପଡ ୱେଲଫେୟର ସ୍କୁଲ, ସୋନପୁର, ବ୍ଲାଇଣ୍ଡ ଏଣ୍ଡ ଡିଫ-ଡମ୍ବ ସ୍କୁଲ, ତରଭା, ଏନଆରଡିସି, ସ୍ପେଶାଲ ସ୍କୁଲ ସୋନପୁର, ହ୍ୟାପି ହାଣ୍ଡ ସ୍କୁଲ ଫର ଡିଫ, ଚଢେଇପଙ୍କ, ରେଆର, ସୋନପୁରର ଛାତ୍ରଛାତ୍ରୀ ଏବଂ ଅଭିଭାବକ ସଂଘ ତଥା ବିଭିନ୍ନ ସଂଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିକାରୀ ଶ୍ରୀ ଷଡ଼ଙ୍ଗୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ସମାରୋହ ସଭାରେ ପ୍ରଭାସ କୁମାର କର୍ଣ୍ଣ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ତରଭା ସଭା ପରିଚାଳନା କରିଥିବା ବେଳେ ସଭା ଶେଷରେ ଉଲୁଣ୍ଡା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କ୍ଷୀରୋଦ ଭୂଷଣ ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ସୁବର୍ଣ୍ଣପୁରର କର୍ମକର୍ତ୍ତା ରାକେଶ କୁମାର ମିଶ୍ର, ଜନ୍ମେଜୟ ମହାକୁର, ଉମାକାନ୍ତ ହୋତା, ସମୀକ୍ଷା ପୁରୋହିତ, ସୋନିଆ ବରିହା, ଗୁପ୍ତେଶ୍ୱର ପଧାନ, ଅମରଜୀତ ସାହୁ ଏବଂ ବିଭିନ୍ନ ସଂଗଠନର ସ୍ଵେଚ୍ଛାସେବୀ ସଭାକୁ ସଫଳ କରିବାରେ ବିଶେଷ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.