oom

ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଏନଏସଏସ ତରଫରୁ ବିଶ୍ୱ ଏଡ୍‌ସ ଦିବସ ପାଳିତ

jsmm

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ବିଶ୍ୱ ଏଡ଼୍‌ସ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ତରୁଣ କୁମାର ପ୍ରଧାନ ପତାକା ଦେଖାଇ ବିଶ୍ୱ ଏଡ଼୍‌ସ ଦିବସ ରାଲିକୁ ଶୁଭାରମ୍ଭ କରିଥିଲେ । ମୁଖ୍ୟ ବକ୍ତା ଭାବରେ ସମାଜସେବୀ ଗୋପାଳ ମିଶ୍ର ଯୋଗ ଦେଇଥିବା ବେଳେ ଅଧ୍ୟାପକ ସଂଗୀତା ନେତାମ, ସି.କେ. ମହାନ୍ତି, ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଅବସରରେ ଏନଏସଏସ ଅଧିକାରୀ ଡାକ୍ତର ସୁରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ଛାତ୍ରଛାତ୍ରୀ ମହାବିଦ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ମିଶନ, ଲୋହରାପାଲି, ମୁକ୍ତାପୁର ଆଦି ଗ୍ରାମ ପରିକ୍ରମା କରି ଏଡ଼୍‌ସ ଉପରେ ଲୋକଙ୍କୁ ସଚେତନତା କରାଇଥିଲେ । ବିଭିନ୍ନ ସ୍ଲୋଗାନ ଦେଇ ଛାତ୍ରଛାତ୍ରୀମାନେ ନଗର ପରିକ୍ରମା କରିଥିଲେ । ଏଡ଼୍‌ସ ମୁକ୍ତ ଭାରତ ଗଠନ କରିବା, ଏଡ଼୍‌ସ ରୋଗ ଉପରେ ସଚେତନ ହେବା ସହ ଏଡ଼୍‌ସ ରୋଗୀଙ୍କୁ ଘୃଣା ନ କରି ଏଡ଼୍‌ସ ରୋଗକୁ ଘୃଣା କରିବାକୁ ସଚେତନତା ବାର୍ତ୍ତା ଦେଇ ଛାତ୍ରଛାତ୍ରୀମାନେ ସହର ପରିକ୍ରମା କରିଥିଲେ । ଏନଏସଏସର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସରୋଜ କଲଟା, ଯଜ୍ଞ ପ୍ରସାଦ ଶବର, ବୀରେନ୍ଦ୍ର ବାଗ, ଚୋକରାମ ସାହୁ, ଦେବେଶ ତାଣ୍ଡି, ରାଜଶ୍ରୀ ସୁପକାର, ଦିପ୍ତିମୟୀ ବେହେରା, ଅଙ୍କିତା ଦଣ୍ଡସେନା, ସ୍ନେହା ଦାସ, ସମୀକ୍ଷା ସାହୁ, ସଂସ୍କୃତି ଗଡ଼ନାୟକଙ୍କ ସହ ଶତାଧିକ ଛାତ୍ରଛାତ୍ରୀ ସାମିଲ ଥିଲେ ।

jittmm
Leave A Reply

Your email address will not be published.