oom

ପାରାଦୀପ ବିଜୁ ଜନତା ଦଳ ପକ୍ଷରୁ ୨୪ତମ ପ୍ରତିଷ୍ଠା ଦିବସ ପାଳିତ

jsmm

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପ ନଗର ବିଜୁ ଜନତା ଦଳ ପକ୍ଷରୁ ୨୪ତମ ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅଠରବାଙ୍କି ଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ନୁଆବଜାର ସ୍ଥିତ ବିଜେଡି କାର୍ଯ୍ୟାଳୟ ଠାରେ ପାରାଦୀପ ବିଧାୟକ ସମ୍ବିତ୍‌ କୁମାର ରାଉତରାୟ ପତାକା ଉତ୍ତୋଳନ କରିଥିଲେ । ଅପରାହ୍ନରେ ବିଜୁ ପଟ୍ଟନାୟକ ମେମୋରିଆଲ୍‌ ଟ୍ରଷ୍ଟ୍‌ ପରିସରରେ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ସମାରୋହରେ ପାରାଦୀପ ବିଜେଡି ସଭାପତି ବସନ୍ତ ବିଶ୍ୱାଳ ସଭାପତିତ୍ୱ କରିଥିବା ବେଳେ ବିଧାୟକ ଶ୍ରୀ ରାଉତରାୟ ମୁଖ୍ୟ ଅତିଥି ଓ ରାଜ୍ୟ ବିଜେଡି ସଂପାଦକ ପ୍ରମୋଦ କିଶୋର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ନଗର ବିଜେଡି ସାଧାରଣ ସଂପାଦକ ଶଙ୍କର ପ୍ରସାଦ ରାଉତ ସଂପାଦକୀୟ ପାଠ କରିଥିଲେ । ପାରାଦୀପ ବିଜେଡି ସଭାପତି ବସନ୍ତ ବିଶ୍ୱାଳ ନୂତନ ଭାବେ ଗଠିତ ନଗର କମିଟି ପଦାଧିକାରୀମାନଙ୍କ ନାମ ଘୋଷଣା କରିଥିଲେ । ଏଥିରେ ସାଧାରଣ ସଂପାଦକ ଭାବେ ଶଙ୍କର ପ୍ରସାଦ ରାଉତଙ୍କୁ ମନୋନୀତ କରାଯାଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବେ କୁମରବର ନାୟକ, ଉଲ୍ଲାସ କୁମାର ବିଶ୍ୱାଳ, ଉପ ସଭାପତି ଭାବେ କେ. ଜଗନ୍ନାଥ ରାଓ, ଚିତ୍ତରଂଜନ ରାଉତରାୟ, ମାନସ ରଂଜନ ବିଶ୍ୱାଳ, ଅଜୟ କୁମାର ନାୟକ, କେ. ରାମବାବୁ, ମନୋଜ କୁମାର ବେହେରା, ନଗେନ୍ଦ୍ର କୁମାର ରାଉତଙ୍କୁ ମନୋନୀତ କରାଯାଇଛି । ସେହିଭଳି ସଂପାଦକ ଭାବେ ଜ୍ୟୋତିକାନ୍ତ ପରିଡା, ସୁଜିତ୍‌ କୁମାର ପରିଡା, ଦେବବ୍ରତ ସାହୁ, ମନୋଜ କୁମାର ନାୟକ, ନରେଶ କୁମାର ଭଟ୍ଟ, ବିଚିତ୍ରାନନ୍ଦ ପ୍ରଧାନ, ସୁଶୀଳ ମହାପାତ୍ର, ପ୍ରକାଶ ଚନ୍ଦ୍ର ଜେନା, ରଂଜିତ କୁମାର ଦାସ, ବିକ୍ରମ ମହାନ୍ତି, ଦୀପକ କୁମାର ସ୍ୱାଇଁ, ସୁକାନ୍ତ କୁମାର ରାଉତ, ସୁମିତ କୁମାର ସାହୁ, ବିଜୟ କୁମାର ମହାନ୍ତିଙ୍କୁ ମନୋନୀତ କରାଯାଇଛି । ଦଳର ଉପଦେଷ୍ଠା ଭାବେ ମାଗୁ ଚରଣ ନାୟକ, ସୁମନ୍ତ କୁମାର ବିଶ୍ୱାଳ, ରଂଜନ କୁମାର ଦାସ, ମାୟାଧର ରାଉତ, ଭଗବାନ ମହାପାତ୍ର ଏବଂ ମିଡିଆ ପରିଚାଳକ ଭାବେ ଅଟଳ ପରିଡା ଓ ଜିତେନ୍ଦ୍ର କୁମାର ସାହୁଙ୍କୁ ମନୋନୀତ କରାଯାଇଥିବା ନଗର ସଭାପତି ଘୋଷଣା କରିଥିଲେ ।

jittmm
Leave A Reply

Your email address will not be published.