ଛତ୍ରପୁରରେ ମୁଖ୍ୟମନ୍ତ୍ରୀଙ୍କ ୭୭ତମ ଜନ୍ମଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଛତ୍ରପୁରସ୍ଥ ଶ୍ରୀ ଶ୍ରୀ ଗୌରୀଶଙ୍କର ମନ୍ଦିରରେ ସଭିଏଁ ଗୋଟିଏ ଗୋଟିଏ ପ୍ରଦୀପ ଜାଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୀର୍ଘାୟୁ କାମନା କରି ତାଙ୍କ ଯଶସ୍ୱୀ ଗାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୀର୍ଘନିରାମୟ ଜୀବନ କାମନା କରିଥିଲେ । ଏହା ପରେ ସ୍ଥାନୀୟ ଲୱେର ବସଷ୍ଟାଣ୍ଡ ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ବିଜୁ ପଟ୍ଟନାୟକଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତ୍ୱତ୍ୱରେ ଛତ୍ରପୁର ସହରର ଉପନଗରପାଳ ଜି.ପାପରାଓ, କାଉନ୍ସିଲର ଦେବାଶିଷ ମିଶ୍ର, ପ୍ରୀତିଚ୍ଛାନ୍ଦ ସାମଲ, ବି.ନିଶ୍ଚଳା ତଥା ପ୍ରମୁଖ କାଉନ୍ସିଲର ଗଣ, ବିଜେଡି ନେତା ଅଶୋକ ଚୌଧୁରୀ, ପ୍ରାକ୍ତନ ବ୍ଲକ୍ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ, ପ୍ରଶାନ୍ତ ପଣ୍ଡା, ବି.ରାଜିବାବୁ, କିଶୋର ଚନ୍ଦ୍ର ସେନାପତି, ଅଟଳ ବିହାରୀ ପଟ୍ଟନାୟକ ପ୍ରମୁଖ ବହୁ ନେତା ଓ କର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.