କବିବର ରାଧାନାଥ ରାୟ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ପ୍ରଗତିଶୀଳ ସାହିତ୍ୟନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ବିଦ୍ୟୁତ କଲୋନୀ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ କବିବର ରାଧାନାଥ ରାୟ ଓ ସହିଦ୍‌ ଭଗତ ସିଂଙ୍କ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବୀର କୁମାର ଦୁବେଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି, ଶିକ୍ଷାବିତ୍ ବିଜୟିନୀ ଜେନା ମୁଖ୍ୟ ବକ୍ତା ଓ ମଂଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କବିବର ଓ ଭଗତ ସିଂଙ୍କ ବଳିଦାନ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ରାଉତ ତାଙ୍କ ବକ୍ତବ୍ୟରେ କହିଲେ ଯେ, କବିବର ରାଧାନାଥଙ୍କ କାବ୍ୟ ହେଉଛି ରୀତି ଯୁଗର ଶେଷ ପଦଧ୍ୱନୀ । ପ୍ରାଚୀନ କାବ୍ୟ ସାହିତ୍ୟ ପରମ୍ପରାକୁ ବିଦାୟ ଦେବାରେ ସେ ହେଉଛନ୍ତି କର୍ଣ୍ଣଧାର । ନୂତନ ସାହିତ୍ୟର କରିଛନ୍ତି ଅଭିଷେକ । ସେଥିପାଇଁ ସେ ପରବର୍ତ୍ତୀ କବିମାନଙ୍କର ପ୍ରେରଣାର ଉତ୍ସ । ମୁଖ୍ୟବକ୍ତା ଶ୍ରୀମତୀ ଜେନା ତାଙ୍କ ବକ୍ତବ୍ୟରେ କହିଲେ ଯେ, ଛାତ୍ର ଅବସ୍ଥାରୁ କଲମ ଧାରଣ କରି ଆମ ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ଦେଇଯାଇଛନ୍ତି ଅମୂଲ୍ୟ ଦାନ । ତାଙ୍କ ଜଜ୍ଜୁଲ୍ୟମାନ ସାହିତ୍ୟ ତାଙ୍କୁ ଆଜିବି ତାଙ୍କୁ ଅମର କରିରଖିଛି । ସେହିପରି ସହିଦ ଭଗତ ସିଂଙ୍କ ବଳିଦାନ ସଂପର୍କରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ, ଉତ୍କଳର ବରପୁତ୍ର କବିବର ରାଧାନାଥ ରାୟଙ୍କୁ ଆମ ସାହିତ୍ୟର ପ୍ରକୃତି କବି କୁହାଯାଏ । ମାତୃଭୂମି ଓ ମାତୃଭାଷାର ସେବା କରି ସେ କାଳକାଳକୁ ଅମର ହୋଇ ରହିଛନ୍ତି । ଏହା ସହ ତାଙ୍କ ସୃଷ୍ଟି ସଂପର୍କରେ ଆଲୋଚନା କରିବା ସହ ଭଗତ ସିଂଙ୍କ ବଳିଦାନ ଅତୁଳନୀୟ ବୋଲି କହିଥିଲେ । ସଭାପତିତ୍ୱ ଅଭିଭାଷଣ ସହ ଶ୍ରୀ ଦୁବେ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ୍ ଉତ୍ତର ଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବରିଷ୍ଠ ଶିକ୍ଷୟିତ୍ରୀ ସିଲା ନାୟକ, ବୀଣାପାଣି ରାୟ, ନିବେଦିତା ମହାନ୍ତି, କ୍ଷଣପ୍ରଭା ବେହେରା, ଅମର କୁମାର ସାମଲ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.