ppurohit

ମଦନପୁର ଆଦର୍ଶ ବିଦ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳିତ

2nd

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ସୋମବାର ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ସଂକୀର୍ତ୍ତନ ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନିତ ଅତିଥି ଭାବେ ମଦନପୁର ସରପଞ୍ଚ କେତକୀ ଦଣ୍ଡିଆ, ଅତିଥି ଭାବେ ଓଡିଶା ୟୁନିୟନ ଅପ ଜର୍‌ନାଲିଷ୍ଟ ଜିଲ୍ଲା ସଭାପତି କମ୍ବୁପାଣି ମିଶ୍ର, କୃଷି ସମବାୟ ସମିତି ସଭାପତି ହରି ମହାନନ୍ଦ, ପୂର୍ବତନ ସରପଞ୍ଚ ହରି ମହାନନ୍ଦ, ସାମାଜିକ କର୍ମୀ ସୁଦର୍ଶନ ଦଣ୍ଡିଆ ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟର ବିକାଶ, ଗୁଣାତ୍ମକ ଶିକ୍ଷା ଉପରେ ମୁଖ୍ୟ ଅତିଥି ବକ୍ତବ୍ୟ ରଖିଥିବା ବେଳେ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଆଶିଷ କୁମାର ପଣ୍ଡା, ସରୋଜ କୁମାର ଦାସ, ଗଣେଶ ଦୋରା, ମଳୟ ରଞ୍ଜନ ବାଗ, ମହେନ୍ଦ୍ର ବେଷରା, ବାଦଲ ନାଏକ ପରିଚାଳନା କରିଥିଲେ । ସେହିଭଳି ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଶ୍ରୀୟା ଆଚାରି, ଶୀତଳ ପଟ୍ଟନାୟକ, ଆର୍ଯ୍ୟନ ଶତପଥୀ ଓ ଦେବରାଜ ସିଙ୍ଗଦେଓ ମଞ୍ଚ ପରିଚାଳନା କରିଥିଲେ ।

Leave A Reply

Your email address will not be published.