oom

ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ପାଳିତ

jsmm

ଆଠଗଡ : ଆଠଗଡ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୭୨ତମ ଜନ୍ମ ଜୟନ୍ତୀ ଓ ସେବା ପକ୍ଷ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର କୁମାର ରାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କର ଉପଲବ୍ଧି ସମ୍ପର୍କରେ ଆଲୋକପାତ କରିବା ସହ ତାଙ୍କର ସୁସ୍ଥ, ନିରାମୟ ଓ ଦୀର୍ଘ ଜୀବନ କାମନା କରିଥିଲେ । ଶ୍ରୀ ରାୟଙ୍କ ସମେତ ଦଳୀୟ କାର୍ଯ୍ୟକର୍ତ୍ତା ଆଠଗଡ ଡାକ୍ତରଖାନା ଯାଇ ରୋଗୀମାନଙ୍କୁ ଫଳ ବଣ୍ଟନ କରିବା ସହ ସେମାନଙ୍କର ଚିକିତ୍ସା ବିଷୟରେ ପଚାରି ବୁଝିଥିଲେ । ସନ୍ଧ୍ୟାରେ ଚାନ୍ଦବାଲିଛକ ସ୍ଥିତ ହନୁମାନ ମନ୍ଦିର ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କର ଦୀର୍ଘ ଜୀବନ କାମନା କରି ସାମୁହିକ ଦୀପ ପ୍ରଜ୍ୱଳନ କରାଯିବା ସହ ସାଧାରଣ ଲୋକଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଜିଲ୍ଲା ଉପସଭାପତି ବିଚିତ୍ରାନନ୍ଦ ଜେନା, ବିଜେପି ବୁଦ୍ଧିଜୀବୀ ସଂଘର ସଭାପତି ବିକ୍ରମ କେଶରୀ ଦାଶ, କୃଷକ ମୋର୍ଚ୍ଚା ଜିଲ୍ଲା ଉପସଭାପତି ଜଗଦାନନ୍ଦ ତ୍ରିପାଠୀ, ନଗର କାର୍ଯ୍ୟକାରୀ ସଭାପତି ହେମନ୍ତ କୁମାର ମହାନ୍ତି, ସାଧାରଣ ସଂପାଦକ ରମାକାନ୍ତ ସେନାପତି, ବରିଷ୍ଠ କାର୍ଯ୍ୟକର୍ତ୍ତା ତପନ ଲେଙ୍କା, ଅଶୋକ କୁମାର ନାୟକ, ପ୍ରଶାନ୍ତ ସାହୁ, ନୃସିଂହ ସାହୁ, ହିମାଂଶୁ ସାହୁ, ଦେବାଶିଷ ମିଶ୍ର, ଦିଲ୍ଲୀପ ସେଠୀଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଏଥିରେ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.