om academy

ଉତ୍କଳ ଶିକ୍ଷା ବିକାଶ ସମିତି ସୋନପୁରର ପ୍ରତିଷ୍ଠା ଦିବସ ପାଳିତ

jsm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଉତ୍କଳ ଶିକ୍ଷା ବିକାଶ ସମିତି, ସୋନପୁରର ପ୍ରତିଷ୍ଠା ଦିବସ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ସୋନପୁରର ସଭା ଗୃହ ମଧ୍ୟରେ ଅନୁଷ୍ଠାନର ପ୍ରତିଷ୍ଠାତା କ୍ଷୀର ସାଗର ବିଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ, ଅଧ୍ୟାପକ ଉମାକାନ୍ତ ନାଗ, ସୋନପୁର ମହାବିଦ୍ୟାଳୟ ଜ୍ୟୋଲୋଜି ବିଭାଗ, ଅଧ୍ୟାପକ ରାଜୁ ଗୋପାଳ ପୁରୋହିତ, ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ, ଇଂରାଜୀ ବିଭାଗ, ସାମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ସଭାରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ଦକ୍ଷତା ସହ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିତ୍ୱଙ୍କୁ ଅତିରିକ୍ତ ଜିଲ୍ଲାପାଳଙ୍କ ହାତରେ ‘ଉତ୍କଳ ସ୍ମୃତି ସମ୍ମାନ ୨୦୨୨’ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଗୋପାଳ ମେହେର, ପି.ଶଙ୍କର୍ଷଣ, ପଟାଭାଡ଼ି ସୋନପୁର ସର୍ବ ଭାରତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ସହ ରୋଗୀ ସେବା ମନୋବୃତି ସକାଶେ ସମ୍ବର୍ଦ୍ଧିତ, ଜିଲ୍ଲାର ବରିଷ୍ଠ, ସଚ୍ଚୋଟ ଓ ନିର୍ଭିକ ସାମ୍ବାଦିକ ଭାବେ ସମ୍ବାଦର ସୋନପୁର ଜିଲ୍ଲା ପ୍ରତିନିଧି ରତନ କୁମାର ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଥିଲା । ଶିବ ଶଙ୍କର ନାଏକ, ପି ନରସିଂହ ସମାଜସେବା ଓ ପରିବେଶ ସନ୍ତୁଳନ ଭାବେ ସମ୍ମାନିତ ହୋଇଛନ୍ତି । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜୟୀ କୃତି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ସଭାରେ ଶିକ୍ଷା ସଂସ୍ଥାନର ଶାଖା ପ୍ରମୁଖ ବୃଷବ ସାହୁ, ବିଦ୍ୟାଧର ସେଠୀ, ପବିତ୍ର ପଧାନ ଗଜପତି ପୋଢ଼ ସହ ବହୁ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ଶିକ୍ଷକ କରୁଣାକର ଖୁରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ଶିକ୍ଷକ ଅଶେଷ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.