
ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଶିବାନନ୍ଦ ଆଶ୍ରମଠାରେ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ୧୩୫ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡ. କିଶୋରୀ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସ୍ୱାମୀଙ୍କ ଜୀବନୀ ଓ ତାଙ୍କ ଦ୍ୱାରା ପ୍ରଦତ୍ତ କୋଡିଏଟି ଆଧ୍ୟାତ୍ମିକ ନିୟମ, ଆଦର୍ଶ, ନୀତିବାଣୀ ଓ ଆଧ୍ୟାତ୍ମିକ ଉପଦେଶ ସଂପର୍କରେ ଆଲୋଚନା କରିଥିଲେ । ସଂଘର ଉପଦେଷ୍ଟା ପ୍ରକାଶ କୁମାର ପଣ୍ଡା ଦିବ୍ୟଜୀବନ ସଂଘର ନୀତି ଓ ଆଦର୍ଶ ସ୍ୱାମୀ ଶିବାନନ୍ଦଙ୍କ ଅବଦାନ ବୋଲି କହିଥିଲେ । ପ୍ରାରମ୍ଭରେ ସମସ୍ତ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଗୁରୁପାଦ ପୂଜା, ଜୟ ଗଣେଶ କୀର୍ତ୍ତନ, ଗୁରୁ ସ୍ତ୍ରୋତ, ଗୀତା ପାଠ, ହନୁମାନ ଚାଳିଶା ପାଠ କରାଯାଇଥିଲା । ସାଧାରଣ ସଂପାଦକ କବିବର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶ୍ରଦ୍ଧାଳୁମାନେ ସକାଳ ୬ଟାରେ ପ୍ରଭାତ ଫେରୀ, ଯୋଗାସନ ଓ ପ୍ରାଣାୟାମ କରିଥିଲେ । ସଂଧ୍ୟା ସତସଂଗରେ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ୧୩୫ତମ ଜନ୍ମଦିନ ଉଦ୍ଦେଶ୍ୟରେ ୧୩୫ଟି ଦୀପ ଯଜ୍ଞ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ପାଣ୍ଡବ ବେହେରା, ବିଜୟ ଅଗ୍ରୱାଲ, କାର୍ତ୍ତିକ ଚନ୍ଦ୍ର ପାଣ୍ଡବ, ସୁରେନ୍ଦ୍ର ବେହେରା, ରୁଦ୍ରନାରାୟଣ ତ୍ରିପାଠୀ, ବ୍ରଜକିଶୋର ପାଣି, ରାଜେନ୍ଦ୍ର ନାରାୟଣ ହୋତା, ଦିଗମ୍ବର ପାଢୀ, କେଦାର ବେହେରା, ଚିନ୍ମୟ କୁମାର ଦାଶ, କାର୍ତ୍ତିକ ବରାଳ, ବାଳକୃଷ୍ଣ ମହରଣା, ସର୍ବେଶ୍ୱର ମାନସିଂହ, ଉମେଶ କୁମାର ପୃଷ୍ଟି, ନିବେଦିତା ସାହୁ, ମୀନତି ତ୍ରିପାଠୀ, ସ୍ମୃତିରେଖା ସାହୁ, ଜ୍ୟୋତି ମହାନ୍ତି ପ୍ରମୁଖ ସ୍ୱାମୀଜୀଙ୍କ ଜୀବନୀ ସଂପର୍କରେ ଆଲୋଚନା କରିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସାଧାରଣ ସମ୍ପାଦକ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।