oom

ସୋନପୁର ମହାବିଦ୍ୟାଳୟରେ ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

jsmm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୋନପୁର ମହାବିଦ୍ୟାଳୟର ଓଡିଆ ବିଭାଗ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ।ବିଭାଗୀୟ ମୁଖ୍ୟ ଡକ୍ଟର ସୌରଭ ରଂଜନ ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଇଂରାଜୀ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଡକ୍ଟର କଳ୍ପନା ମିଶ୍ର ଯୋଗଦେଇ କବିଙ୍କ ଲେଖାରେ ଆଧ୍ୟାତ୍ମିକତା ସହ ମାନବିକ ମୂଲ୍ୟବୋଧର ଅପୂର୍ବ ସମନ୍ୱୟର ଅବତାରଣା କରିଥିଲେ । ଅନ୍ୟତମ ବକ୍ତା ଭାବରେ ଯୋଗ ଦେଇ ଅଧ୍ୟାପକ ସରୋଜ କୁମାର ଜଗଦଲା ଓ ଡକ୍ଟର ଇତିଶ୍ରୀ ଦାସ କବିଙ୍କ ଅନ୍ୟାନ୍ୟ ଭାବବୋଧ ଯେପରି ପ୍ରକୃତି ଚିତ୍ରଣ, ସତ୍ୟ ଶିବ ସୁନ୍ଦରର ବିଶ୍ଳେଷଣ ଆଦି ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅଧ୍ୟାପକ ମୀନକେତନ କୁମ୍ଭାର, ଅଧ୍ୟାପିକା ନୀଳିମା ପ୍ରଧାନଙ୍କ ସହ ବିଭାଗର ଛାତ୍ରଛାତ୍ରୀଙ୍କମାନେ ବିଶେଷ ଭୂମିକା ଗ୍ରହଣ କରିଥିବା ବେଳେ ଶେଷବର୍ଷ ଛାତ୍ର ଗୁପ୍ତେଶ୍ଵର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.