ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସତସଙ୍ଗ ବିହାର ସ୍ଥିତ ବୁର୍ଡା କେନ୍ଦ୍ର ଠାରେ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ୧୧୫ ତମ ଶୁଭ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି । ଏଥିପାଇଁ ପୂର୍ବାହ୍ନରେ ସତସଙ୍ଗ ଓ ସଦାଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସହ ପ୍ରତି ରିତ୍ୱିକ ରଜନୀକାନ୍ତ ପଣ୍ଡାଙ୍କ ପରିଚାଳନା ତଥା ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଡ. ବିଜୟ କୁମାର ଖୁଣ୍ଟିଆ ଯୋଗଦେଇ ଶ୍ରୀ ଶ୍ରୀ ଠାକୁରଙ୍କ ଜୀବନାଦର୍ଶ ଓ ଇଷ୍ଟଭୃତି ଉପରେ ମାର୍ଗ ଦର୍ଶନ କରିବା ସହିତ ଆଧ୍ୟାତ୍ମିକ ସଦାଲୋଚନା କରିଥିଲେ । ଏହି ଅବସରରେ ଡ. ଖୁଣ୍ଟିଆ ଏବଂ ସହ ପ୍ରତିରିତ୍ଵିକ ଶ୍ରୀ ପଣ୍ଡାଙ୍କୁ ଫୁଲତୋଡ଼ା ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ସତସଙ୍ଗ ବିହାର ସଭାପତି ପର୍ଶୁରାମ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ଗତ ସମ୍ମିଳନୀର ଆୟବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡ. ହିମାଂଶୁ ମିଶ୍ର, ପରମାନନ୍ଦ ସାହୁ, ବଦ୍ରୀ ପନସାରି, ଉମାକାନ୍ତ ବାରିକ, ନୀଳକଣ୍ଠ ନନ୍ଦ, ରଘୁମଣି ବାରିକ, ଉଦ୍ଧବ ବାରିକ ପ୍ରମୁଖ ସହଯୋଗ କରିଥିଲେ । ଆଖପାଖ ଗ୍ରାମାଞ୍ଚଳରୁ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ ବିଭୂକୃପା ଲାଭ କରିବା ସହିତ ପ୍ରସାଦ ସେବନରେ ଅଂଶଗ୍ରହଣ କରିଥିଲେ ।