ଗାନ୍ଧୀ ମହାବିଦ୍ୟାଳୟରେ ରୋଟ୍ରାକ୍ଟ କ୍ଲବର ଅଧିଷ୍ଠାନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟିହ ରୋଟ୍ରାକ୍ଟ କ୍ଲବ ତରଫରୁ ଗାନ୍ଧୀ ମହାବିଦ୍ୟାଳୟଠାରେ ଅଧିଷ୍ଠାନ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ପ୍ରାଧ୍ୟାପକ ଅଶୋକ ବେହୁରା କ୍ଲବର ନୂତନ ସଭାପତି, ସମ୍ପାଦିକା ତଥା ରୋଟ୍ରାକ୍ଟରମାନଙ୍କୁ ସ୍ୱାଗତ ଜଣାଇବା ସହ ପୁରାତନ ସଭାପତି ଓ ତାଙ୍କର ସହଯୋଗୀମାନଙ୍କୁ ବିଗତ ବର୍ଷର କାର୍ଯ୍ୟକ୍ରମ ପାଇଁ ସାଧୁବାଦ ଦେଇଥିଲେ । ରୋଟ୍ରାକ୍ଟର ରୋହିତ ଦେହୁରୀ ୨୦୨୫-୨୬ ରୋଟାରୀ ସେସନ୍ ପାଇଁ ନୂତନ ସଭାପତି ଭାବେ କାର୍ଯ୍ୟଭାର ଗ୍ରହଣ କରିବା ସହ ଆଗାମୀ ସମୟରେ କେଉଁ କେଉଁ କାର୍ଯ୍ୟ କରିବେ ତାହାର ସଂକ୍ଷିପ୍ତ ବିବରଣୀ ଦେବା ସହ ନିଜ ଟିମର ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଥିଲେ । ସୁଶ୍ରୀ ସିମରନ୍ ନାଗ କ୍ଲବର ଚାର୍ଟର ସାର୍ଟିଫିକେଟ ନୂତନ ସମ୍ପାଦିକା ସୁଶ୍ରୀ ଲକ୍ଷ୍ମୀପ୍ରିୟା କୁମ୍ଭାରଙ୍କୁ ହସ୍ତାନ୍ତର କରିଥିଲେ । ରୋଟାରୀ କ୍ଲବର ଉପଦେଷ୍ଟା ପିପି ରୋଟାରିଆନ ଅଞ୍ଜନା ମୈତ୍ର ରୋଟ୍ରାକ୍ଟ କ୍ଲବର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଜିଲ୍ଲା ରୋଟ୍ରାକ୍ଟ ଚେୟାର ପିଡିଜି ନିଖଲେଶ ତ୍ରିବେଦୀଙ୍କ ରୋଟ୍ରାକ୍ଟଙ୍କ ଉଦ୍ଦେଶ୍ୟରେ ପଠାଇଥିବା ବାର୍ତ୍ତାକୁ ପାଠ କରିଥିଲେ । ରୋଟ୍ରାକ୍ଟ କ୍ଲବର ଅଧ୍ୟକ୍ଷା ରୋଟାରିଆନ ନିବେଦିତା ମହାନ୍ତି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ରୋଟ୍ରାକ୍ଟ କ୍ଲବର ଉପଦେଷ୍ଟା ଉଷା ସାହୁ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ଆୟୋଜନ କରିଥିଲେ । ରୋଟାରିଆନ ଡ. ସୂରଜ ନାୟକ ଏବଂ ସମ୍ପାଦିକ ରୋଟାରିଆନ ରଶ୍ମି ମିଶ୍ର ଏବଂ ଅଧ୍ୟାପିକା ରଶ୍ମିତା ଏକ୍କା, ଅଧ୍ୟାପିକା ବନଜା ମିଶ୍ର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ୩୦ଜଣ ରୋଟ୍ରାକ୍ଟର ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.