oom

ଏସପିସିବି ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ଆଜି ସ୍ଥାନୀୟ ସେକ୍ଟର – ୭ ସ୍ଥିତ ଦିବ୍ୟାଜୀବନ ସଙ୍ଘ ପରିସରରେ ପାଳିତ ହୋଇଯାଇଛି । ବିଭାଗୀୟ ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ତଥା ଆଞ୍ଚଳିକ ଅଧିକାରୀ ଡ଼. ଅନୁପ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ ଓ ଷ୍ଟାଫଙ୍କ ସମେତ ସ୍ୱେଚ୍ଛାସେବୀମାନେ ଯୋଗଦେଇ ଉତ୍ସାହର ସହ ଯୋଗ କରିଥିଲେ । ଯୋଗ ଦ୍ୱାରା ହେଉଥିବା ଉପକାର ବିଷୟରେ ଲୋକମାନଙ୍କୁ ଅବଗତ କରାଇଥିଲେ । ଯୋଗ, ବ୍ୟାୟାମ, ଧ୍ୟାନ ଏବଂ ପ୍ରାଣାୟମ ଆମ ଶରୀର ତଥା ମନକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରିଥାଏ । ପ୍ରାଚୀନକାଳରୁ ଭାରତୀୟ ପରମ୍ପରାରେ ଏହା ଜୀବନଶୈଳୀର ଏକ ଅଂଶବିଶେଷ ହୋଇଆସିଛି । ଯୋଗ ପ୍ରଶିକ୍ଷକ କେ.ସି. ବେହେରା ଓ ପର୍ଶୁରାମ ମଲ୍ଲିକ ଯୋଗର ବିଭିନ୍ନ ଅଭ୍ୟାସ ପ୍ରଣାଳୀ ସମ୍ପର୍କରେ ଆଲୋକପାତ କରିବା ସହ ଯୋଗ ଶିବିର ପରିଚାଳନା କରିଥିଲେ । ବିଭାଗୀୟ ଉପ-ପରିବେଶ ଯନ୍ତ୍ରୀ ଇଂ. ରମଣୀରଞ୍ଜନ ଦାସ, ଇଂ. ଚନ୍ଦ୍ରଶେଖର ଚୌହାନ, ରଜତ କୁମାର ସେଠି, ସହକାରୀ ପରିବେଶ ବୈଜ୍ଞାନିକ ପ୍ରଜ୍ଞାଜ୍ୟୋତି ସେନାପତି, ସହକାରୀ ପରିବେଶ ଯନ୍ତ୍ରୀ ପ୍ରୀତମ କୁମାର ପତି, ୱାଇଏମ୍‌ଏଫ୍‌ଆଇର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ,ବୋର୍ଡର ଅନ୍ୟ କର୍ମଚାରୀ ଓ ଷ୍ଟାଫ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ସଂଘର ସଭାପତି ଅର୍ଧେନ୍ଦୁ ଶେଖର ଷଡ଼ଙ୍ଗୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସେକ୍ରେଟାରୀ ତ୍ରିଲୋଚନ ପଣ୍ଡା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଯୋଗ କାର୍ଯ୍ୟକ୍ରମ ପରେ ସେକ୍ଟର – ୭ ରିଙ୍ଗ ରୋଡ ପାର୍ଶ୍ୱ ପଡିଆ, ଆରଏସପି ସହଯୋଗରେ ନେହେରୁ ପାର୍କ ଓ ସେକ୍ଟର – ୫ ସ୍ଥିତ ଶ୍ରୀ ଅରବିନ୍ଦ ସ୍କୁଲ ପରିସରରେ ପୃଥକ ପୃଥକ ଭାବେ ବୃକ୍ଷ ରୋପଣ କରାଯାଇଥିଲା । ସ୍କୁଲ ପରିଚାଳନା କମିଟିର ସେକ୍ରେଟାରୀ ଡାକ୍ତର ପ୍ରଶାନ୍ତ କୁମାର ପାତ୍ର ଓ ପ୍ରିନସିପାଲ ମମତା ନାୟକ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ । ସମସ୍ତଙ୍କ ମିଳିତରେ ଯୋଗ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବେଶ ସଫଳତାର ସହ ସମ୍ପାଦିତ ହୋଇଥିଲା ।

jittmm
Leave A Reply

Your email address will not be published.