
ରାଉରକେଲା, (ସସ୍ମିତା ପ୍ରଧାନ) : ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’ ବାର୍ତ୍ତା ନେଇ ବିଶ୍ୱର କୋଣ ଅନୁକୋଣରେ ଶନିବାର ଦିନ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଥିବା ବେଳେ ଏହି ଅବସରରେ ରାଉରକେଲା ମହାନଗର ନିଗମ ତରଫରୁ ସ୍ଥାନୀୟ ଲେବର ଟେନାମେଣ୍ଟ ଓ କୋଏଲ ନଗର ସ୍ଥିତ କଲ୍ୟାଣ ମଣ୍ଡପରେ ଯୋଗ ଶିବିରର ଆୟୋଜନ କରାଯାଇଥିଲା । ଏଥିରେ ଅଭିଜ୍ଞ ଯୋଗ ପ୍ରଶିକ୍ଷକଙ୍କ ଦ୍ଵାରା ଯୋଗ ଓ ପ୍ରାଣାୟାମ କରାଯାଇଥିଲା । ରାଉରକେଲା ମହାନଗର ନିଗମ ଆୟୁକ୍ତ ଆଶୁତୋଷ କୁଲକର୍ଣ୍ଣିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଯୋଗ ଶିବିରରେ ପ୍ରାୟ ୫୦୦ରୁ ଅଧିକ ବ୍ୟକ୍ତି ବିଶେଷ ଏଥିରେ ସାମିଲ ହୋଇଥିଲେ । ଦୁଇଟି ସ୍ଥାନରେ ଅନୁଷ୍ଠିତ ଯୋଗ ଶିବିରରେ ଉପଜିଲ୍ଲାପାଳ ପାନପୋଷ ବିଜୟ କୁମାର ନାୟକ, ରାଉରକେଲା ମହାନଗର ନିଗମ ଯୁଗ୍ମ ପୌରାୟୁକ୍ତ ପଲ୍ଲବୀ ନାୟକ, ଉପ ପୌରାୟୁକ୍ତ ଅନୀତା ନାୟକଙ୍କ ସହ ସହାୟକ ପୌରାୟୁକ୍ତ ଅଜିତ୍ କୁମାର ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା, ବିଭିନ୍ନ ସରକାରୀ ବିଭାଗ ଓ ଆରଏମସିର ଅଧିକାରୀ ଓ କର୍ମଚାରୀ, ଆଶାକର୍ମୀ, ବିଭିନ୍ନ ଅନୁଷ୍ଠାନର ସଦସ୍ୟ ଏବଂ ସ୍ଥାନୀୟ ଅଧିବାସୀ ସାମିଲ ନେଇଥିଲେ । ଏହି ଅବସରରେ ଗୋଟିଏ ଗଛ ମା’ଙ୍କ ନାମରେ ଅଭିଯାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।