oom

ପତଞ୍ଜଳି ଯୋଗ ପରିବାର ଆନୁକୂଲ୍ୟରେ ରଜ ମହୋତ୍ସବ ପାଳିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ପତଞ୍ଜଳି ଯୋଗ ପରିବାର ଆନୁକୂଲ୍ୟରେ ଜିଲ୍ଲା ମହିଳା ପ୍ରଭାରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନିତମ୍ୱିନୀ ସ୍ୱାଇଁଙ୍କ ମାର୍ଗଦର୍ଶନରେ ଭଉଣୀମାନେ ସେକ୍ଟର -୧୯, କମ୍ୟୁନିଟ ସେଣ୍ଟର ଯୋଗ କେନ୍ଦ୍ର ପରିସରରେ ଧୁମଧାମରେ ରଜ ମହୋତ୍ସବ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହ ରଜ୍ୟ ପ୍ରଭାରୀ ଅକ୍ରୁର ମାର୍ଥା ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଯୋଗ ଶିକ୍ଷୟିତ୍ରୀମାନେ ରଜ ପର୍ବ ଉପଲକ୍ଷେ ଭଜନ, ଜଣାଣ, ସୁମଧୁର ରଜ ଗୀତ ଓ ସଂଗୀତର ମୂର୍ଚ୍ଛନାର ତାଳେ ତାଳେ ଅତି ସୁନ୍ଦର ଭାବରେ ଗାୟନ କରିଥିଲେ । ଏହି ଅବସରରେ ଗ୍ରୁପ ନୃତ୍ୟ ପରିବେଷଣ କରାଯାଇଥିଲା । ସଂଗୀତ ଓ ନୃତ୍ୟକୁ ସମସ୍ତେ ଅତି ଆନନ୍ଦ ସହିତ ଉପଭୋଗ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ମାର୍ଥା ରଜ ପର୍ବ ପାଳନର ଆଭିମୁଖ୍ୟ, ଲକ୍ଷ୍ୟ ଓ ଏହା କିପରି ଗଣପର୍ବ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି କେନ୍ଦ୍ରର ଭାଇ ଓ ଭଉଣୀମାନେ କାର୍ଯ୍ୟକ୍ରମକୁ ସଫଳ କରିବାକୁ ସମସ୍ତ ପ୍ରକାର ସହଯୋଗ କରିଥିଲେ । ପରିଶେଷରେ ଭଉଣୀମାନେ ଘରୁ ଆଣିଥିବା ସ୍ଵାଦିଷ୍ଟ ମିଠା, ପିଠା ଆଦି ସମସ୍ତେ ମିଳମିଶି ତାହାର ଆନନ୍ଦ ନେଇଥିଲେ ବୋଲି ଜିଲ୍ଲା ମିଡ଼ିଆ ପ୍ରଭାରୀ ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

jittmm
Leave A Reply

Your email address will not be published.