om academy

ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ ପାଳନ

jsm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସ୍ଥାନୀୟ ସମ୍ବାଦ ସାହିତ୍ୟ ଘର ଟିଟିଲାଗଡ ଶାଖା ପକ୍ଷରୁ ଆଦିବାସୀ କଲ୍ୟାଣ ସଂଘ ପରିସରରେ ସଭାପତି ସଂଜୟ ଅଗସ୍ତିଙ୍କ ସଭାପତିତ୍ୱରେ ଏକ ସାରସ୍ୱତ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଆଦିବାସୀ ସଂଘର ସଂପାଦକ ଓ ସାହିତ୍ୟିକ ହେମେନ୍ଦ୍ର ହାଁସଦା ମୁଖ୍ୟ ଅତିଥି, ବିଶିଷ୍ଟ ଶିଶୁ ସାହିତ୍ୟିକ ଯୁଗଳ କିଶୋର ଷଡଙ୍ଗୀ ସମ୍ମାନିତ ଅତିଥି ଏବଂ ବିଶିଷ୍ଟ କବି ତଥା କୋସଲି ଭାଷା ସୁରକ୍ଷା ସମିତି ଟିଟିଲାଗଡର ଅଧ୍ୟକ୍ଷ ଭିକାରୀ ଚରଣ ମିଶ୍ର ବକ୍ତା ଭାବରେ ଯୋଗ ଦେଇଥିଲେ । ଏହି କ୍ରମରେ ସନ୍ଥକବି ଭୀମ ଭୋଇଙ୍କ ପୂଜାର୍ଚନା ପରେ ଦିବଂଗତ ସାହିତ୍ୟିକ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ପୂର୍ବକ ଉପସ୍ଥିତ ସାହିତ୍ୟ ପ୍ରେମୀଗଣ ଧୂପଦାନ କରିଥିଲେ । ସ୍ୱାଗତ ସଂଭାଷଣ କରି ବିଶିଷ୍ଟ ବ୍ୟଙ୍ଗକବି ଟିକେଲାଲ ବେହେରା ସଂପ୍ରତି ଶିକ୍ଷିତ ସମାଜ ମଧ୍ୟରେ ମହାପୁରୁଷଙ୍କୁ ଚିହ୍ନିବାର ଅକ୍ଷମତା ରହୁଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ସନ୍ଥକବି ଭୀମ ଭୋଇଙ୍କ ଆବିର୍ଭାବ, ସାହିତ୍ୟକୃତି, ମାନବବାଦ ଓ ସନ୍ଥ ସାହିତ୍ୟ ପ୍ରତି ଆଧୁନିକ ଯୁଗର ସାହିତ୍ୟିକ ମାନଙ୍କ ଅଣଦେଖା ଭାବକୁ ମଂଚାସୀନ ଅତିଥି ଗଣ ଆଲୋକପାତ କରିଥିଲେ । ଏହି ଅବସରରେ, ଅଧ୍ୟାପକ ଦିଲ୍ଲୀପ କୁମାର ପସାୟତ, ବୃନ୍ଦାବନ କୁମ୍ଭାର ପ୍ରମୁଖ ଭୀମ ଭୋଇଙ୍କ ସାହିତ୍ୟ କାଳଜୟୀ ବୋଲି ଉଲ୍ଲେଖ କରିଥିଲେ । ସାହିତ୍ୟ ସଂଗଠକ ବନମାଳୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ପଂଚାନନ ତାଣ୍ଡି, ରାଜ ନାଗ, କ୍ଷିରସିନ୍ଧୁ ବିଶି, ବନମାଳୀ ତ୍ରିପାଠୀ, ବିଷ୍ଣୁ ଚରଣ ସାହୁ, ଚିତ୍ତ ରଂଜନ ଚାନ୍ଦ, ନୀଳମଣି ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.