ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସଂଗଠନ ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫରୁ ଶ୍ରଦ୍ଧା ଅନୁଷ୍ଠାନ ସେକ୍ଟର ୧୬ର ଅନ୍ତେବାସୀଙ୍କ ସୁଖଦୁଃଖର ଖବର ନେବା ସହ ସମସ୍ତ ଅନ୍ତେବାସୀଙ୍କ ପାଇଁ ଜଳଖିଆ ବନ୍ଦୋବସ୍ତ କରାଯାଇଥିଲା । ସଂଗଠନର ସଭାପତି ବିଶ୍ୱଜିତ ରାଉତଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଥିଲା । ବିଶ୍ୱଜିତ ରାଉତଙ୍କ ସହ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଗ୍ରେସି ଡେଭିଡ, ଇପ୍ସିତା ବିଶ୍ୱାଳ, ପ୍ରିତି ମିଶ୍ରା, ଟୋନି ତ୍ରିପାଠୀ, ରାଜ୍ ନନ୍ଦିନୀ, ସିଭେନଦର ପାଣ୍ଡେ, କାର୍ତ୍ତିକ ରାଉତ, ଲଲିତା ସମାଦ, ରିତା ସମାଦ, ଅଶୋକ ଦକ୍ଷିଣ ରାୟ ପ୍ରମୁଖ ସମସ୍ତ ମେମ୍ବର ଅଂଶଗ୍ରହଣ କରିଥିଲେ ।
Next Post