ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର,-୩ ସ୍ଥିତ ସୀତାରାମ ମନ୍ଦିର ପ୍ରାଙ୍ଗଣରେ, ବିଜେପି ରାଉରକେଲା ସାଂଗଠନିକ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ତତ୍ୱାବଧାନରେ ଭାରତୀୟ ଜନସଂଘର ପ୍ରଖର ରାଷ୍ଟ୍ରୀୟ ନେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୂଣ୍ୟ ତିଥି ବା ବଳିଦାନ ଦିବସକୁ ସମର୍ପଣ ଦିବସ ରୂପେ ପାଳନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ନେତୃବୃନ୍ଦ ପଣ୍ଡିତ ଦୀନଦୟାଲଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ତଥା ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ମୁଖ୍ୟବକ୍ତା ରୂପେ ଯୋଗଦେଇ ଦୀନଦୟାଲଜୀଙ୍କ ବାଲ୍ୟକାଳର ଦୁଃଖଦ ଘଟଣାବଳୀ ସହିତ ତାଙ୍କର ସଂଘର୍ଷମୟ ଜୀବନୀ, ଆର୍ଥିକ ଅନାଟନ ରାଜନୌତିକ ଓ ରାଷ୍ଟ୍ରୀୟତା ଚିନ୍ତାଧାରା ଉପରେ ଆଲୋକପାତ କରିଥିଲେ । ସେ ତାଙ୍କର କର୍ମମୟ ଜୀବନ ରାଷ୍ଟ୍ରୀୟ ସ୍ଵଂୟ ସଂଘରୁ ଆରମ୍ଭ କରି, ଭାରତୀୟ ଜନସଂଘର ସଭାପତି ପଦ ପର୍ଯ୍ୟନ୍ତ ଅଳଙ୍କୃତ କରିଥିଲେ । ଏକାତ୍ମ ମାନବବାଦର ପ୍ରଣେତା ଓ ଅନ୍ତ୍ୟୋଦୟର ପ୍ରବର୍ତ୍ତକ ଥିଲେ ପଣ୍ଡିତ ଦୀନଦୟାଲ । ଏକାତ୍ମ ମାନବବାଦ ଦର୍ଶନରେ ବ୍ୟକ୍ତି, ସମାଜ, ରାଷ୍ଟ୍ର, ସୃଷ୍ଟି ଓ ପରମେଷ୍ଟିଙ୍କର ଏକ ସାମଗ୍ରିକ ରୂପକଳ୍ପ ପ୍ରସ୍ତୁତ କରିଥିଲେ । ଏହା ରୂପକ ଜୀବନ ଦର୍ଶନ ସ୍ଥିରତା, ଶାନ୍ତି ଓ ନିଶ୍ଚିତ ସଫଳତା ଆଣି ଦେଇଛି । ସେ ଦେଶର ଅର୍ଥାଗମ୍ ନିମନ୍ତେ କୃଷି, ଶିଳ୍ପ, ବାଣିଜ୍ୟ ଏବଂ ସେବା ଉପରେ ଗୁରୁତ୍ଵ ଦେଇଥିଲେ । ତାଙ୍କର ଅନ୍ତ୍ୟୋଦୟ ଯୋଜନାକୁ ତଳସ୍ତରରେ ପହଞ୍ଚାଇବା ସହିତ , ୩୭୦ ଧାରାକୁ ଉଚ୍ଛେଦ କରିବା ଥିଲା ତାଙ୍କର ରାଷ୍ଟ୍ରୀୟତା ଚିନ୍ତାଧାରା ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟରେ ପରିଣତ କରିଛନ୍ତି । ସମ୍ମାନିତ ଅତିଥି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ବେହେରା ଦୀନଦୟାଲ ଜୀଙ୍କ ଶୃତି ଚାରଣ କରିବା ସହିତ ଦେଶ ପ୍ରତି ତାଙ୍କର ବଳିଦାନ ଉପରେ ଆଲୋକପାତ କରିଥିଲେ । ଆଜି ଆମେ ତାଙ୍କର ପଦାଙ୍କ ଅନୁସରଣ କରିବା ସହିତ ଦେଶ ପାଇଁ ନିଜର ତନ୍, ମନ୍, ଧନ୍ ଦେଇ ସମର୍ପଣ କରିବାକୁ ଆହ୍ୱାନ ଦେଇଥିଲେ । ପ୍ରାକ୍ତନ ସଭାନେତ୍ରୀ ଲତିକା ପଟ୍ଟନାୟକ, ବରିଷ୍ଠ ନେତା କେ ଏନ୍ ଚୌବେ, ପ୍ରଣତାପ ଦାସ ଓ ଭବାନୀ ମହାପାତ୍ର ପ୍ରମୁଖ ବଳିଦାନ ଉପରେ ସମ୍ୟକ୍ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ଟୋଲିର ସହ ସଂଯୋଜକ ଅମରେନ୍ଦ୍ର ଶର୍ମା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୁରିନ୍ଦର ସିଂ, ମନୋଜ ସେନାପତି, ସତ୍ୟପ୍ରିୟ ସାହୁ, ରଂଜିତ ନାୟକ, ନିରଞ୍ଜନ ମହାନ୍ତ, ସନ୍ତୋଷ ବିରାଟ, ପଦ୍ମିନୀ ଦାଶ, ନମ୍ରତା ବାଗ, ବିନତୀ ଭୂମିଜ, ପ୍ରତିମା ରାଉତ, ରଂଜିତା କିସପଟା, ବଟକିଶୋର ନାୟକ, ବିଦେଶୀ ସମାସି, ଜ୍ୟୋତିର୍ମୟୀ ଷଡ଼ଙ୍ଗୀ, ବାପି ମହାପାତ୍ର, ତ୍ରିଲୋଚନ ପାତ୍ର, ନିରଜ ଚତୃର୍ବେଦୀ, ଚନ୍ଦନ ବେହେରାଙ୍କ ସହିତ ବହୁ କାର୍ଯ୍ୟକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ ।