ବନ୍ଧକ ଶ୍ରମିକ ସଙ୍ଗଠନ (ଶ୍ରମ ଵାହନୀ) ଙ୍କ ପକ୍ଷରୁ ଆନ୍ତର୍ଜାତୀୟ ମାନବ ଅଧିକାର ଦିବସ ପାଳନ

ଭବାନୀପାଟଣା, (କେପିଏନ୍‌ଏସ୍‌) : ଆନ୍ତର୍ଜାତୀୟ ମାନବ ଅଧିକାର ଦିବସ ଅବସରରେ ଶ୍ରମ ଵାହନୀ ମୁକ୍ତ ବନ୍ଧକ ଶ୍ରମିକ ସଂଘ, ଓଡ଼ିଶା ଭବାନୀପାଟଣା, କଳାହାଣ୍ଡିରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଝସକେତନ ବାଗ, ଉପାଧ୍ୟକ୍ଷ ଉପେନ୍ଦ୍ର ବଗର୍ତି ଓ କଳାହାଣ୍ଡି ଜିଲ୍ଲା ଅଧ୍ୟାୟର ନେତୃତ୍ୱ ପୁଣ୍ୟବତୀ କେତକୀ, ଧନଞ୍ଜୟ ରଣା, ଦିୟାଳୁ ନିଆଳ ଏବଂ ସଂଗଠନର ଅନ୍ୟାନ୍ୟ ସଦସ୍ୟମାନଙ୍କ ଉପସ୍ଥିତିରେ ପରିଚାଳନା କରାଗଲା । ଉକ୍ତକାର୍ଯ୍ୟକ୍ରମରେ ଭବାନୀପାଟଣା ଜେଲ୍‌ ଛକରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶାନ୍ତିପୂର୍ଣ୍ଣ ସମାବେଶ ଆୟୋଜିତ ହୋଇଥିଲା । ଯେଉଁଥିରେ ୫୦ ଜଣ ମୁକ୍ତ ବନ୍ଧକ ଶ୍ରମିକ ଅଂଶଗ୍ରହଣ କରିଥିଲେ । ସମାବେଶ ସମୟରେ ସଭ୍ୟମାନେ ବନ୍ଧୁଆ ଶ୍ରମ ସମ୍ପର୍କିତ ସଚେତନତା ବାର୍ତ୍ତା ସହ ଲିଫଲେଟ୍ ବିତରଣ କରିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚିବା ପରେ ସଂଘ ତରଫରୁ ଜିଲ୍ଲାପାଳ ଏକ ଦାବିପତ୍ର ପ୍ରଦାନ କରାଗଲା ।

ଦାବିଗୁଡ଼ିକ ମଧ୍ୟରେ :-

  • କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଅନ୍ତର୍ଗତ ଅବଶିଷ୍ଟ ପୁନର୍ବାସ ଧନରାଶି ମୁକ୍ତି ।
  • ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଆବାସ ସୁବିଧା ପ୍ରଦାନ ।
  • ଜିଲ୍ଲାର ବନ୍ଧୁଆ ଶ୍ରମ ନିରୀକ୍ଷଣ କମିଟିର କାର୍ଯ୍ୟକ୍ଷମ ସଞ୍ଚାଳନ ।

ଜିଲ୍ଲାପାଳ ଦାବି ଗୁଡ଼ିକ ଶୁଣି ଜିଲ୍ଲାର ସମସ୍ତ ମୁକ୍ତ ବନ୍ଧୁଆ ଶ୍ରମିକଙ୍କୁ ସମସ୍ତ ଯୋଗ୍ୟ ସୁବିଧା ସକ୍ରିୟଭାବରେ ପ୍ରଦାନ କରାଯିବ ବୋଲି ଆଶ୍ୱାସନା ଦେଇଥିବାରୁ ସଂଘ ତରଫରୁ ଖୁସି ହୋଇ ଜିଲ୍ଲାପାଳଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି ।

Leave A Reply

Your email address will not be published.