ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା କଲେଜ, ରାଉରକେଲାଠାରେ ସମ୍ବଲପୁରୀ ଦିନ ମହାସମାରୋହରେ ପାଳିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଡ. ରବିନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତା ଓ ପ୍ରଶାସନିକ ଅଧିକାରୀ ରଶ୍ମୀରଂଜନ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଯୋଗଦେଇ ସମ୍ବଲପୁର ଦିନ ପାଳନର ଆଭିମୁଖ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଅଧକ୍ଷ ଡ. ଜେନା ତାଙ୍କ ବକ୍ତବ୍ୟରେ କହିଲେ ଯେ ସମ୍ବଲପୁରୀ ଭାଷା ଓ ସାହିତ୍ୟର ଜନକ କବିଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ବଲପୁର ଦିନ ଭାବେ ପାଳନ କରାଯାଉଛି । ସମ୍ବଲପୁରୀ ଭାଷା ଓ ସାହିତ୍ୟ ପ୍ରତି ତାଙ୍କର ଯେଉଁ ଅବଦାନ ପଶ୍ଚିମ ଓଡିଶାବାସୀଙ୍କ ସମାଜ ପାଇଁ ତାହା ଅତୁଳନୀୟ ଏବଂ ଅବିସ୍ମରଣୀୟ । ଏହା ସହ ତାଙ୍କ ଲିଖିତ ପୁସ୍ତକ ଓ ପୁରସ୍କାର ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟ ଅଧ୍ୟାପକ ଅଧ୍ୟାପିକାଙ୍କ ମଧ୍ୟରେ ଭାରତୀ ବରୁୱା, ବନ୍ଦନା ସୋରେନ, ମନୋଜ କୁମାର ଦଳେଇ, ରଶ୍ମିପ୍ରଭା ମଥାନ, କରୁଣାକର ପାଟ୍ଟଶାଣୀ, ରଞ୍ଜିତ ପ୍ରଧାନ, ଦିପାଳୀ ପ୍ରଧାନ, ତରଣୀ ନାୟକ, ଅଜିତ୍ ବେକ୍, ଅରୁଣ ଏକ୍କା, ସୌମ୍ୟରଞ୍ଜନ ପ୍ରଧାନ, ଦିଲିପ କୁମାର ମୁଦୁଲି, ପ୍ରିୟଙ୍କା ପଲେଇ, ସୁମନ ଡୁଙ୍ଗଡୁଙ୍ଗ, ଶ୍ରଦ୍ଧାଞ୍ଜଳି ସାହୁ, ଶ୍ରଦ୍ଧାମୟୀ ସାହୁ, ପ୍ରତିମା ପାତ୍ର, ରଞ୍ଜିତା ପାଣିଗ୍ରାହୀ, ସିଦ୍ଧାର୍ଥ ସାହୁ, ଦିବ୍ୟା ଷଡଙ୍ଗୀ, ସ୍ୱାତିଭାରତୀ ପରିଡ଼ା, ସୁଶାନ୍ତ ରଣା, ଶୁଭଶ୍ରୀ ବାରିକ, ଇପ୍ସିତା ପଣ୍ଡା, ପ୍ରିତୀ ଦୀକ୍ଷିତ୍, ଜୟଶ୍ରୀ ମହାନ୍ତି, ନନ୍ଦିତା କୁମାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସମସ୍ତେ ସମ୍ବଲପୁରୀ ପୋଷାକ ପିନ୍ଧି ଓ ମିଷ୍ଟାନ୍ନ ବଣ୍ଟନ କରି ଧୁମଧାମରେ ପାଳନ କରିଥିଲେ ।
Prev Post
Next Post