oom

କଳାହାଣ୍ଡି ବିଜେଡି ଆଇନ ସାମୁଖ୍ୟ ପକ୍ଷରୁ ବିଶ୍ୱ ମାନବ ଅଧିକାର ଦିବସ ପାଳନ

jsmm

କଳାହାଣ୍ଡି, (ପି.କେ.ସାହୁ) : ବିଜେଡି ଆଇନ ସାମୁଖ୍ୟ, କଳାହାଣ୍ଡି ତରଫରୁ ବିଶ୍ବ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି । ଭବାନୀପାଟଣା ସ୍ଥିତ ବିଜୁ ଜନତା ଦଳ କାର୍ୟ୍ୟାଳୟରେ ଏନେଇ ଆୟୋଜିତ କାର୍ୟ୍ୟକ୍ରମରେ ସାମୁଖ୍ୟର ଆବାହକ ସୁଧୀର ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ଏଥିରେ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି ଦିବସର ତାତ୍ପର୍ୟ୍ୟ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବରେ ପ୍ରଦୀପ ମୁଣ୍ଡ, ଶ୍ରୀ ଅଜୟ ମିଶ୍ର, ଦୁଷ୍ମନ୍ତ ନାଏକ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ଆବାହକ ଶ୍ରୀ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ମାନବ ଅଧିକାର ଉପରେ ମତାମତ ରଖିଥିଲେ। ଏହାସହ ରାଜ୍ୟ ସରକାର ମାନବ ଅଧିକାର ଓ ସୁରକ୍ଷା ଉପରେ ଦେଉଥିବା ବିଭିନ୍ନ ଦିଗ ଓ କାର୍ୟ୍ୟକ୍ରମକୁ ବିଶଦ ଭାବରେ ଆଲୋଚନା କରିଥିଲେ। ରାଜ୍ୟ ସରକାର ଜନ୍ମରୁ ମୃତ୍ୟୁ ପର୍ୟ୍ୟନ୍ତ ବିଭିନ୍ନ ଯୋଜନା ମାଧ୍ୟମରେ ଓଡିଶା ବାସୀଙ୍କୁ କିପରି ମାନବିକ ଅଧିକାର ଦେଉଛନ୍ତି ତା ଉପରେ ଆଲୋକପାତ କରିଥିଲେ। ମାନ୍ୟବର ମନ୍ତ୍ରୀ କ୍ୟାପଟେନ ମିଶ୍ର ସାମାଜିକ ନ୍ୟାୟ କିପରି ପ୍ରତ୍ୟେକ ବର୍ଗଙ୍କ ପାଖରେ ପହଁଚି ପାରିବ ସେଥିପ୍ରତି ଗୁରୁତ୍ୱରୋପ କରିଥିଲେ। ଆଇନ ସାମୁଖ୍ୟର ରାଜ୍ୟ କାର୍ୟ୍ୟକାରି ସଭ୍ୟ ଜିତେନ୍ଦ୍ର ମହାନ୍ତି ମଧ୍ୟ ମାନବ ଅଧିକାର ଆଇନର ଭୂମିକା ଉପରେ ଅଭିଭାଷଣ ରଖିଥିଲେ। ଉକ୍ତ ସଭାକୁ ଯୁବ ଜନତା ଦଳର ସଭାପତି ଆଦିତ୍ୟ ନନ୍ଦ ପରିଚାଳନା କରିଥିବାବେଳେ ସଭା ଶେଷରେ ସାମୁଖ୍ୟର ସଂଯୋଜକ ଯଶୋବନ୍ତ ନାଏକ ମାନବ ଅଧିକାର ପାଇଁ କରାଯାଉଥିବା ବିଭିନ୍ନ ଦିଗକୁ ଆଲୋଚନା କରିବାସହ ଧନ୍ୟବାଦ ଜ୍ଞାପନ କରିଥିଲେ।

ଏହି ସଭାରେ ପଂଚାୟତ ମଧୁବାବୁ ଆଇନ ସହାୟକ ତଥା ଆଇନଜୀବୀ ମାନଙ୍କ ମଧ୍ୟରେ ମନୋଜ ତାଣ୍ଡି, ରଙ୍ଗାଧର ମହାନନ୍ଦ, ଭବାନୀ ସାହୁ, ମାନସ ମହାନ୍ତି, ପ୍ରଶାନ୍ତ ବାରିକ, କୃତିବାସ ମୁଣ୍ଡ, ଯଶୋବନ୍ତି ଦେଇ, ସୂର୍ୟ୍ୟ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବାପି ଦାସ, କୀର୍ତନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.