ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଶିକ୍ଷା ବିଭାଗ ଦ୍ଵାରା ସ୍ଵାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମଉଳନା ଅବୁଲ୍ କାଲାମ ଆଜାଦଙ୍କର ଜନ୍ମ ଦିବସ ଅବସରରେ ଜାତୀୟ ଶିକ୍ଷା ଦିବସ ପାଳନ କରାଯାଇଛି । ଏହି ଦିବସରେ ଶ୍ରୀ ପଣ୍ଡା ସମସ୍ତଙ୍କୁ ସ୍ଵାଗତ ଜଣାଇ ନିଜ ଅଭିଭାଷଣରେ ଶିକ୍ଷା ଦିବସ ଉପଲକ୍ଷେ ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେବା ପାଇଁ ଉତ୍ସାହିତ କରିଥିଲେ । ଅଞ୍ଚଳ ମହାବିଦ୍ୟାଳୟ ଶିକ୍ଷା ବିଭାଗର ଅବସରପ୍ରାପ୍ତ ବିଭାଗୀୟ ମୁଖ୍ୟ ଡଃ. ବାଞ୍ଛାନିଧି ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ଶିକ୍ଷା ନୀତି-୨୦୨୦ର ମୁଖ୍ୟ ବୈଶିଷ୍ଟ୍ୟ ଉପରେ ଆଲୋକପାତ କରି ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ କରିବା ପାଇଁ ଉଦ୍ବୋଧନ ଦେଇଥିଲେ । ସରକାରୀ ମହିଳା ମହାବିଦ୍ୟାଳୟ, କେନ୍ଦୁଝରର ପୂର୍ବତନ ଅଧ୍ୟକ୍ଷ ନରେନ୍ଦ୍ର ପ୍ରଧାନ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଏକ ଉନ୍ନତ ଭାରତ ବର୍ଷ ଗଠନ ଦିଗରେ ଶିକ୍ଷାର ଭୂମିକାକୁ ଉଦାହରଣ ଭାବରେ ଦର୍ଶାଇଥିଲେ । ଶିକ୍ଷା କେମିତି ସମାଜରୁ କୁସଂସ୍କାର ଗୁଡ଼ିକୁ ଦୂର କରି ବ୍ୟକ୍ତିମାନଙ୍କ ମଧ୍ୟରେ ସୁସଂସ୍କାର ବିକାଶ କରିବା ତା ଉପରେ ସେ ଆଲୋକପାତ କରିଥିଲେ । ବିଭାଗୀୟ ମୁଖ୍ୟ ଡଃ. ତୁଷାରକାନ୍ତ ସାହୁ ଅତିଥି ପରିଚୟ ପ୍ରଦାନ କରି ନିଜ ଅଭିଭାଷଣରେ ବ୍ୟକ୍ତି ଜୀବନରେ ଗୁଣାତ୍ମକ ଶିକ୍ଷାର ଆବଶ୍ୟକତା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ଅଧ୍ୟାପକ ଡଃ. ଭେକଟେଶ୍ୱର ମେହେର ନିଜ ଅଭିଭାଷଣରେ ଶିକ୍ଷା ମାଧ୍ୟମରେ ସାମାଜିକ ଓ ନୈତିକ ମୂଲ୍ୟବୋଧର ବିକାଶ ଉପରେ ଆଲୋକପାତ କରି ସାମାଜିକ ଗଣମାଧ୍ୟମର ସଦୁପଯୋଗ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷା ବିଭାଗର ଗବେଷଣା ପ୍ରକଳ୍ପରେ କାର୍ଯ୍ୟରତ ଡଃ. ପ୍ରଦୀପ କୁମାର ତିୱାରୀ ନିଜ ଅଭିଭାଷଣରେ ଶିକ୍ଷା ଓ ସମାଜ ଉପରେ ଆଲୋକପାତ କରି ଛାତ୍ରଛାତ୍ରୀମାନଙ୍କୁ ନିଜ ମଧ୍ୟରେ ଥିବା ପ୍ରତିଭାଗୁଡ଼ିକୁ ଚିହ୍ନିବା ପାଇଁ ଉତ୍ସାହିତ କରିଥିଲେ । ଏହା ପରେ ପରେ ଛାତ୍ରଛାତ୍ରୀ ବୃନ୍ଦ ଯଥା : ଆଶୁରାଣି, ରୀତୁ, ଶାଲିନି, ମଞ୍ଜୁ, ରୋଷନ୍ ଓ ବୃନ୍ଦାବନ ଇତ୍ୟାଦି ନିଜ ଅଭିଭାଷଣ ଦେଇଥିଲେ । ଶିକ୍ଷା ବିଭାଗର ଅଧ୍ୟାପିକା ସସ୍ମିତା ମେହେରଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ବିଶିଷ୍ଟ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମର ପରିଚାଳନା ଛାତ୍ରୀ ମଞ୍ଜୁ ବାଲମ୍ କରିଥିଲେ ଏବଂ ଶେଷରେ ଡଃ. ଭେଙ୍କଟେଶ୍ୱର ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡଃ. ବିରଞ୍ଚି ସାହୁ, ଖଗେଶ୍ୱର ଦାସ, ପ୍ରଭାତ କୁମାର ମହାପାତ୍ର, ନବକ୍ରିଷ୍ଣା ମିଶ୍ର, ସନ୍ତୋଷ ମିଶ୍ର, ପ୍ରମୋଦ କୁମାର ପାଣିଗ୍ରାହୀ, ସଞ୍ଜୟ ଟିଗା, ଡଃ. ପ୍ରଦୀପ କୁମାର ପଣ୍ଡା, ଶ୍ରୀମତୀ ଝୁନୁ ପରିଡ଼ା, ତାପିନି ପଣ୍ଡା, ଡଃ. ମମତା ମୟୀ ଗୁରୁଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
Prev Post