oom

ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ‘ରାଣୀ ଦୁର୍ଗାବତୀ’ଙ୍କ ଜନ୍ମ ଦିନ ପାଳନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଅଖିଳ ଭାରତୀୟ ବନବାସୀ କଲ୍ୟାଣ ଆଶ୍ରମ ଓଡ଼ିଶା ପ୍ରାନ୍ତ ଆନୁକୁଲ୍ୟରେ ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ରାଣୀ ଦୁର୍ଗାବତୀଙ୍କ ଜନ୍ମ ଦିବସ ପାଳନ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ ହୋଇ ମୁଖ୍ୟ ଅତିଥି ଭାବେ ବନବାସୀ ମହିଳା ଆଶ୍ରମର ଓଡ଼ିଶା ମହିଳା ବିଭାଗ ପ୍ରମୁଖ ମନୋରମା ମିଶ୍ର ଯୋଗଦେଇ ରାଣୀ ଦୁର୍ଗାବତୀଙ୍କ ଆମ ଦେଶ, ଜାତି ପ୍ରତି ବଳିଦାନ ଉପରେ ଆଲୋକପାତ କରିଥିଲେ । ତାଙ୍କ ସହିତ ସମ୍ମାନିତ ଅଥିତୀ ଭାବେ ଅମ୍ବିକା ଭୋଇ, ମମତା ବେହେରା, ସମାଜସେବୀ ଯୋଗେନ୍ଦ୍ର ଭୋଇ ଯୋଗ ଦେଇଥିଲେ । ଛାତ୍ରୀ ମାନଙ୍କ ମଧ୍ୟରେ ରାଣୀ ଦୁର୍ଗାବତୀଙ୍କ ଉପରେ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା ଶିକ୍ଷୟତ୍ରୀ ଅନୀମା ରାଉତ ସଭା ପରିଚାଳନା କରିଥିବା ବେଳେ ବିଜ୍ଞାନ ଶିକ୍ଷୟତ୍ରୀ ସଙ୍ଗୀତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ନମିତା ସାହୁଙ୍କ ନିର୍ଦ୍ଦେଶନାରେ ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

jittmm
Leave A Reply

Your email address will not be published.