oom

ଖପ୍ରାଖୋଲ ନୋଡାଲ ବିଦ୍ୟାଳୟଠାରେ ଗୋପବନ୍ଧୁ ଦାସଙ୍କ ୯୪ ତମ ପୁଣ୍ୟତିଥି ଅବସରରେ ସେବା ଓ ସେବକ ସପ୍ତାହ ପାଳନ

jsmm

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥାନୀୟ ନୋଡାଲ ବିଦ୍ୟାଳୟଠାରେ ଗୋପବନ୍ଧୁ ଦାସଙ୍କ ୯୪ ତମ ପୁଣ୍ୟତିଥି ଅବସରରେ ସେବା ଓ ସେବକ ସପ୍ତାହ ପାଳନ ହୋଇ ଯାଇଛି । ସମାଜ ଖବର କାଗଜ ବ୍ଲକ ପ୍ରତିନିଧି ଇଂରାଜୀ ଅଧ୍ୟାପକ ବଳଭଦ୍ର ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ ଉପଜିଲ୍ଲପାଳ ବିଜୟାନନ୍ଦ ସେଠି, ଅବସର ପ୍ରାପ୍ତ ବିଇଓ ଇନ୍ଦ୍ରମଣି ପାଣିଗ୍ରାହି, ଆଇନଜୀବୀ ଇନ୍ଦୁଭୂଷଣ ଠାକୁର, ନୋଡାଲ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଇସପାଲ ସୁନା, ସମାଜ ସେବୀ ତଥା ସାମ୍ବାଦିକ ଅଭୟ ତ୍ରିପାଠୀ, କବି ସବିତା ସାହୁ ଯୋଗ ଦେଇଥିଲେ । ଏହି ଅବସରରେ ଉପସ୍ଥିତ ଅତିଥିମାନେ ପ୍ରଥମେ ଗୋପବନ୍ଧୁଙ୍କ ଫଟୋ ଚିତ୍ରରେ ଉପରେ ପୁଷ୍ପମାଲ୍ୟ ଦେଇଥିଲେ । ଅତିଥିମାନେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ ତମ ପୁଣ୍ୟତିଥିରେ ସେବା ଓ ସେବକ ସପ୍ତାହ ଅବସରରେ ବକ୍ତବ୍ୟ ରଖିଥିଲେ । ଏହା ସହ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବିଷୟରେ ନିଜ ନିଜ ବକ୍ତବ୍ୟ ରଖୁଥିଲେ । ଏହି ଅବସରରେ ସଭାରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଶତାଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।

jittmm
Leave A Reply

Your email address will not be published.