
ବଲାଙ୍ଗିର, (କେପିଏନ୍ଏସ୍) : ନୂଆ ପ୍ରକାରର ପଖାଳ, ପାଟିକୁ ଲାଗେ ଭାରି ସୁଆଦ । ପଖାଳ କାହାକୁ ବା ଭଲ ଲାଗେ ନାହିଁ । ସମସ୍ତେ ଖରାମାସରେ ପଖାଳ ତ’ ଖାଆନ୍ତି । ହେଲେ ଏମିତି ପ୍ରକାରର ପଖାଳ ବହୁତ କମ୍ ଲୋକେ ଖାଇଥିବେ । ଗୋଟେ ନୂଆ ପ୍ରକାରର ପଖାଳ ରେସିପି ଆଜି ଆମେ ଜାଣିବା । ତେବେ ଆସନ୍ତୁ ତିଆରି ପ୍ରଣାଳି ଜାଣିନେବା ।
ପ୍ରଥମେ କଡେଇରେ ତେଲ ଗରମ କରି ସେଥିରେ ସୋରିଷ, କଞ୍ଚାଲଙ୍କା, ଭୃଷଙ୍ଗପତ୍ର ଦେଇ ତାକୁ ଭାଜି ପଖାଳରେ ଦେଇଦେବା । ତା’ପରେ ଲୁଣ ଦେବା ଏବଂ ପଖାଳକୁ ଗୋଳେଇ ଦେବା । ଏବେ ଆମ ପଖାଳ ଖାଇବା ପାଇଁ ପ୍ରସ୍ତୁତ ।