
ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଭାରତୀୟ ନୌସେନାରେ ଯୁବ ଲେପ୍ଟନାଣ୍ଟ୍ ଅଫିସର୍ ଭାବେ କାର୍ଯ୍ୟରତ ଅନୁଗୁଳ ହେମସୁରପଡ଼ାର ସତୀଶରାଜ ପ୍ରଧାନ ତାମିଲନାଡୁର ଆଇଏନ୍ଏସ୍ ରାଜାଲି ନାଭାଲ ଏୟାର୍ ଷ୍ଟେସନରେ ୯୯ ଏଚ୍ସିସି କୋର୍ସର ଦୀକ୍ଷାନ୍ତ ସମୋରାହରେ ସମ୍ମାନିତ ହୋଇଛନ୍ତି । ଶୁକ୍ରବାର ଅନୁଷ୍ଠିତ ଏହି ସମାରୋହରେ ଲେଫ୍ଟନାଣ୍ଟ ସତୀଶରାଜ୍ ହେଲିକପ୍ଟର୍ ପାଇଲଟିଂ ସମେତ ଅଲରାଉଣ୍ଡ ପ୍ରଦର୍ଶନ କରି ଦେଶର ସର୍ବଶ୍ରେଷ୍ଠ ନୌସେନା ଅଫିସର୍ ଭାବେ ରିଅର ଆଡ଼ମିରାଲ ବିକ୍ରମ ମେନନ୍ଙ୍କ ଠାରୁ ଟ୍ରଫି ଓ ମାନପତ୍ର ଗ୍ରହଣ କରିଛନ୍ତି । ସତୀଶରାଜଙ୍କ ଏହି ସଫଳତାରେ ତାଙ୍କ ବାପା-ମା’ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।