ଶ୍ରୀମୟୀ ମିଶ୍ରଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶା କୋଠା ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କୁ ରାଜ୍ୟ ସରକାର ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରିଛନ୍ତି । ଗତ ଅକ୍ଟୋବର ୯ ତାରିଖରେ ରାଜ୍ୟ ସରକାର ବିଭିନ୍ନ ନିଗମ ଓ ବୋର୍ଡର ଅଧ୍ୟକ୍ଷମାନଙ୍କୁ ନିଯୁକ୍ତି ଦେଇଥିଲେ ହେଁ କେବଳ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ ଏବଂ ପ୍ରସନ୍ନ ପାଟ୍ଟସାଣିଙ୍କୁ କ୍ୟାବିନେଟ ପାହ୍ୟା ମିଳିଥିଲା । ଅନ୍ୟମାନଙ୍କୁ କୌଣସି ପାହ୍ୟା ପ୍ରଦାନ କରାଯାଇନଥିଲା । ହେଲେ ଗତ ୮ ତାରିଖରେ ଶ୍ରୀମୟୀ ମିଶ୍ରଙ୍କୁ ପ୍ରଥମ କରି ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି । ଏନେଇ ଶ୍ରମ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave A Reply

Your email address will not be published.