ଏନ୍‌ଏଚ୍‌ ୨୬ ଉପରେ ପଡ଼ିଲା ଗଛ : ଅଟକିଲା ଆମ୍ବୁଲାନ୍ସ, ଗଛକୁ ହଟାଇଲେ ଅଗ୍ନିଶମ ବିଭାଗ

ଦେଓଗାଁ, (ମନୀଷ କୁମାର ସାହୁ) : ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥ ୨୬ରେ ବଲାଙ୍ଗିର ଦେଓଗାଁ ରାସ୍ତାର ଦେଓଗାଁ ବିଜୟାନନ୍ଦ ସମବାୟ ଚିନିକଳ ନିକଟରେ ସନ୍ଧ୍ୟାରେ ଏକ ବିରାଟକାୟ ତେନ୍ତୁଳି ଗଛ ପଡ଼ି ଯାଇଥିବାରୁ ଦୀର୍ଘ ସମୟ ଧରି ରାସ୍ତାରେ ଯିବା ଆସିବା ଠପ୍ ହୋଇ ଯାଇଥିବା ସୂଚନା ମିଳିଛି । ଫଳରେ ବହୁ ଯାନବାହାନ ରାସ୍ତାରେ ଅପେକ୍ଷାରେ ଥିବା ବେଳେ ଘଟଣାସ୍ଥଳରେ ଆମ୍ବୁଲାନ୍ସ ଫସି ରହିଥିଲା । ଦେଓଗାଁ ଅଗ୍ନିଶମ ବିଭାଗର କର୍ମକର୍ତ୍ତାଙ୍କ ଦ୍ଵାରା ରାସ୍ତାରୁ ଗଛ ହଟାଇବା ପରେ ଯାନବାହାନ ଯିବା ଆସିବା ସ୍ୱଭାବିକ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.