om academy

ବରଗଡ଼ ଏସପି କଡା ପଦକ୍ଷେପ : ଜିଲ୍ଲାର ବିଭିନ୍ନ ସ୍ଥାନରୁ ୩୦ ଜଣ କୋରେକ୍ସ ବେପାରୀଙ୍କୁ ଉଠାଇ ଆଣିଲା ପୋଲିସ

jsm

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ବଢି ଚାଲିଥିବା ଅବାଧ ନିଶା କାରବାରକୁ ଆଖି ଆଗରେ ରଖି ବରଗଡ଼ ଏସ୍‌ପି କଡା ପଦକ୍ଷେପ ନେଇଛନ୍ତି । ୩୦ ଜଣ କୋରେକ୍ସ ବେପାରୀଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଉଠାଇ ଆଣି ବରଗଡ଼ ଏସ୍ପି ଅଫିସରେ ଅଟକ ରଖି ଅଧିକ ତଦନ୍ତ ଜାରି ରହିଛନ୍ତି ।

ସୂଚନାନୁଯାୟୀ, ଦୀର୍ଘ ଦିନ ଧରି ଯେଉଁମାନେ ନିଶା କାରବାର କରୁଥିଲେ ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରିଥିଲେ ବରଗଡ଼ ଏସପି । ଏସପିଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଉପଖଣ୍ଡ ଛତିଶଗଡ଼ ରାଜ୍ୟ ସୀମାନ୍ତରେ ଥିବା ଝାରବନ୍ଧ, ଜଗଦଲପୁର, ପାଇକମାଲ, ବୁଡେନ, ଗାଇସିଲେଟ, ମେଳଛାମୁଣ୍ଡା ଓ ପଦ୍ମପୁର ଥାନା ଅଞ୍ଚଳରେ ଚଢ଼ାଉ କରି କୋରେକ୍ସ ଓ ନିଶା ଇଞ୍ଜେକ୍ସନ କାରବାର କରୁଥିବା ୩୦ ମାଫିଆକୁ ଧରିବାରେ ସଫଳ ହୋଇଛି ପୋଲିସ ।

Leave A Reply

Your email address will not be published.