centurian jitm

ଲବଣାକ୍ତ ଜଳରୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ଆଇ.ଆର୍.ଇ.ଏଲ୍‌ର ଏକ ଯୁଗାନ୍ତକାରୀ ପଦକ୍ଷେପ

nschool

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମୁଦ୍ର ଜଳରୁ ଲବଣାକ୍ତ ଅଂଶ ନିଷ୍କାସନ କରି ଜୀବାଣୁ ମୁକ୍ତ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯିବା ନିମନ୍ତେ ଆଇ.ଆର୍.ଇ.ଏଲ୍ (ଇଣ୍ଡିଆ)ର ବଳିଷ୍ଠ ପଦକ୍ଷେପ ଯାହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମତବ୍ୟକ୍ତ କରିଛନ୍ତି ।ସେ କହିଛନ୍ତି, ଯେ’ ସମୁଦ୍ରଜଳରୁ ମଧୁରଜଳ ସଂଗୃହିତ କରାଯାଇ ବିଶୁଦ୍ଧ ପାନୀୟଜଳ ଲୋକଙ୍କୁ ଯୋଗାଇଦେବାରେ ଭାରତ ସରକାରଙ୍କ ସାଗରମାଳା ପରିଯୋଜନାରେ ଆଉ ଏକ ନୂତନ ଅଧ୍ୟାୟ ସୃଷ୍ଟି କରାଯାଇଛି । ଘର ଘରକୁ ପାଣିକଳରେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯିବ, ଏହା ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇଚ୍ଛାଶକ୍ତି ଓ ପ୍ରଚେଷ୍ଟା ବଳରେ ସମ୍ଭବ ହୋଇପାରିଛି ବୋଲି ଛତ୍ରପୁର ବିଧାୟକ ଶ୍ରୀ ନାୟକ କହିଛନ୍ତି । ଏହିଯୁଗାନ୍ତକାରୀ ପଦକ୍ଷେପ ଅଧ୍ୟାୟ ଭାରତ ବିଶ୍ଵର ପଞ୍ଚମଦେଶ ଭାବେ ଏକ ପରିଚୟ ସୃଷ୍ଟି କରିଛି । ଯେଉଁଠାରେ ଏସ୍.ଡ଼ବ୍ଲିଉ.ଆର୍.ଓ. ମେମ୍ବ୍ରେନ୍ ଜ୍ଞାନ କୌଶଳ ଦ୍ୱାରା ମଧୁର ଜଳ ଉତ୍ପାଦନ ପ୍ଲାଣ୍ଟ ପ୍ରତିଷ୍ଠା ଇତିମଧ୍ୟରେ ହୋଇସାରିଛି । ପରମାଣୁ ଶକ୍ତି ବିଭାଗ ତଥା ଭାବା ପରମାଣୁ ଗବେଷଣା କେନ୍ଦ୍ରର ମିଳିତ ଉଦ୍ୟମରେ ସମୁଦ୍ର ଜଳରୁ ମଧୁରଜଳ ଉତ୍ପାଦନ କରିବ ବୋଲି ଜଣାଯାଇଛି । ତେଣୁ ଗଞ୍ଜାମ ଜିଲ୍ଲାରେ ପ୍ରାଥମିକ ପର୍ଯ୍ୟାୟରେ ଛତ୍ରପୁର ବ୍ଲକର ଆର୍ୟିପଲ୍ଲୀ ଓ ମାଟିଖାଲ ଅଞ୍ଚଳବାସୀଙ୍କ ଉଦ୍ଦେଶ୍ୟରେ ବିଶୁଦ୍ଧ ପାନୀୟଜଳ ଯୋଗାଣ ଆରମ୍ଭ ହେଉଥିବା ନେଇ ଏଠାକାର ଜନସାଧାରଣ ଖୁବ୍ ଖୁସିବ୍ୟକ୍ତ କରିଛନ୍ତି । ସମୁଦ୍ରଜଳରୁ ଲବଣାକ୍ତ ଅଂଶ ବାହାର କରି ଆଗାମୀ ଦିନରେ ଛତ୍ରପୁର ଅଞ୍ଚଳ ବାସୀଙ୍କ ନିମନ୍ତେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯିବା ଲକ୍ଷ୍ୟ ରଖାଯାଇଛି । ଏହା ମଇମାସ ପ୍ରଥମ ସପ୍ତାହରୁ କାର୍ଯ୍ୟକ୍ଷମ ହେବ ବୋଲି ଆଇ.ଆର୍.ଇ.ଏଲ୍ (ଇଣ୍ଡିଆ) ଲିଃ. ପ୍ରତିଷ୍ଠାନର କର୍ତ୍ତୃପକ୍ଷ କହିଛନ୍ତି । ଅଧୂନା ବିଶୁଦ୍ଧ ପାନୀୟଜଳ ଉତ୍ପାଦନ ପ୍ଲାଣ୍ଟ ପ୍ରତିଷ୍ଠା ୧୩୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଯାଇଛି । ଆଉ ପ୍ରାୟତଃ ୪.୫ କୋଟି ଟଙ୍କାର ବ୍ୟୟ ବରାଦ ରାଜ୍ୟସରକାରଙ୍କୁ ଜଳ ପରିମଳ ବିଭାଗ ସୌଜନ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି କୁହାଯାଏ । ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ଆଇ.ଆର୍.ଇ.ଏଲ୍ ପ୍ଲାଣ୍ଟ ପ୍ରତିଷ୍ଠା ପରିସର ସ୍ଥଳ ସମୁଦ୍ର ତଟକୂଳବର୍ତ୍ତୀ ମାଟିଖାଲ ଏବଂ ଆର୍ଯିପଲ୍ଲୀ ଅଞ୍ଚଳକୁ ଡି-ସାଲିନେଶନ ପ୍ଲାଣ୍ଟରୁ ଉତ୍ପାଦିତ ମଧୁରଜଳ ଯୋଗାଇ ଦିଆଯିବ ବୋଲି ସାଧାରଣ ପରିଚାଳକ ଆଇ.ଆର୍.ଇ.ଏଲ୍ (ଇଣ୍ଡିଆ) ତଥା ଓସ୍କୋମ୍ ମୁଖ୍ୟ ସି.ଭି ଆର୍ ମୂର୍ତ୍ତି କହିଛନ୍ତି । ଜଳ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ରୀତେଶୁ ସାହୁ ଜନସାଧାରଣଙ୍କୁ ସଚେତନ ସହ ଅନେକ ଦିଗଦର୍ଶନ ଦେଇଥିଲେ । ଏହି ଅବସରରେ ଆଇ.ଆର୍.ଇ.ଏଲ୍ କଲୋନୀ ଅନ୍ତେବାସୀଙ୍କ ଗୋଚରାର୍ଥେ ସୋମବାର ପୂର୍ବାହ୍ନରେ ସ୍ଥାନୀୟ ଶ୍ରମଶକ୍ତି ବିଦ୍ୟାପୀଠ ପରିସରରେ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀ, ଶିକ୍ଷକ, ଶିକ୍ଷୟିତ୍ରୀଗଣଙ୍କ ଉପସ୍ଥିତିରେ ଏବଂ ଅପରାହ୍ନରେ ମାଟିଖାଲ ସ୍ଥିତ ବାତ୍ୟା ଆଶ୍ରୟ ସ୍ଥଳୀରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ସେହିପରି ମଙ୍ଗଳବାର ଆର୍ଯ୍ୟପଲ୍ଲୀ ଉଚ୍ଚବିଦ୍ୟାଳୟରେ ଦଶମଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ଏବଂ ମଙ୍ଗଳାବର ଅପରାହ୍ନରେ ଆର୍ୟିପଲ୍ଲୀ ପଞ୍ଚାୟତର କମ୍ୟୁନିଟ୍ ହଲରେ ଏ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ଆର୍ଯ୍ୟପଲ୍ଲୀ କମ୍ୟୁନିଟ୍ ହଲରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଇ.ଆର୍.ଇ.ଏଲ୍ (ଇଣ୍ଡିଆ) ତଥା ଓସ୍କୋମ୍ କର୍ତ୍ତୃପକ୍ଷ ଏବଂ ଉପସ୍ଥିତ ବିଭାଗୀୟ ବୈଜ୍ଞାନିକ ପ୍ରତିନିଧି ଦଳଙ୍କୁ ସାଧୁବାଦ ଜଣାଇଛନ୍ତି । ବରିଷ୍ଠ ବିଜ୍ଞାନୀ ଓ ଆଞ୍ଚଳିକ ଗୋଷ୍ଠୀ ଏବଂ ଅତିଥିଙ୍କ ଗହଣରେ ଜନଜାଗରଣ ସୃଷ୍ଟି ସଭାରେ ଗ୍ରାମବାସୀ, ଗ୍ରାମ ମୁଖିଆ, ବୁଦ୍ଧିଜୀବୀ ସ୍ଥାନୀୟ ଆର୍ୟିପଲ୍ଲୀ ସରପଞ୍ଚ ତ୍ରିଲୋଚନ ବେହେରା, ଗ୍ରାମ୍ୟନେତୃବର୍ଗ ପ୍ରମୁଖ ଉପସ୍ଥିତ ଥିଲେ । ମୁମ୍ବାଇରୁ ଆସିଥିବା ବରିଷ୍ଠ ଅତିଥି ବୈଜ୍ଞାନିକ ଡ଼ଃ. ସୌମିତ୍ର କର ଏବଂ ଗବେଷଣା ପରିଷଦର ବିଜୟ ଏସ୍. ମାମତାନି, ସୌରଭ, ସତୀଶ ଆଇୟେର, ଦୀନେଶ ଲାଡେ, ଆଇ.ଆର୍.ଇ.ଏଲ୍ (ଇଣ୍ଡିଆ) ପକ୍ଷରୁ ଡିଜିଏମ୍. ଏ.କେ. ପ୍ରହରାଜ, ସିନିୟର୍ ମ୍ୟାନେଜର ଏଚ. ଆର.ଏମ୍. ଆଶୁତୋଷ ଶର୍ମା, ସି.ଏସ.ଆର୍. ଡିଜିଏମ୍. ଏନ୍.କେ. ନାୟକ, ସିନିୟର୍ ମ୍ୟାନେଜର ଦୀପକ୍ ମିଶ୍ର, ଡି-ସାଲିନେଶନ ଡିଜିଏମ୍ ଚିତ୍ତରଞ୍ଜନ ମହାନ୍ତି, ପ୍ରମୁଖ ବହୁ ଗଣ୍ୟମାନ୍ୟ ଅଧିକାରୀ ଯୋଗଦେଇ ଏହି ଜନକଲ୍ୟାଣ ସଭାରେ ବିଶଦ ଆଲୋକପାତ କରିଥିଲେ । ବିଭାଗୀୟ ଏଚ.ଆର.ଏମ୍. ତଥା ଫାର୍ମାସିଷ୍ଟ ସୁଶାନ୍ତ କୁମାର ସାହୁ ସଭା ପରିଚାଳନା କରିଥିଲେ ।

Leave A Reply

Your email address will not be published.